ମହିଳା ମହାବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସମ୍ମିଳନୀ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠାନ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ଶିକ୍ଷକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ଅଭିଭାବକ ଏବଂ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବୈଠକରେ ଅଂଶଗ୍ରହଣ କରି ଶୈକ୍ଷିକ ଏବଂ ସହ ଶୈକ୍ଷିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I ସେହିପରି ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟ ଅନୁଷ୍ଠାନ ଅଧ୍ୟକ୍ଷ ଡ଼.ରଞ୍ଜନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ଓ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ଡ.ପ୍ରଦ୍ୟୁମ୍ନ କୁମାର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ଡ଼.ଗୁରୁମୂର୍ତ୍ତୀ ନାୟକ ଏବଂ ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ରାଜେଶ୍ଵର ପୃଷ୍ଟି, ଦୁଃଖୀଶ୍ୟାମ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ I ବୈଠକରେ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ଶିକ୍ଷା ଉପରେ ଅଭିଭାବକମାନେ ଆଲୋଚନା କରିଥିଲେ I ଏହା ସହିତ କ୍ରୀଡ଼ା ପ୍ରକୋଷ୍ଠ ସ୍ଥାପନ,କ୍ରୀଡ଼ା ସାମଗ୍ରୀ ,ପାନୀୟ ଜଳ ବ୍ୟବସ୍ଥା,ଶୌଚାଳୟ ବ୍ୟବସ୍ଥା, କମନ୍ ରୁମ୍ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ଏହାର ସୁବ୍ୟବସ୍ଥା କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପ୍ରତିଶୃ୍ତି ଦେଇଥିଲେ I କାର୍ଯ୍ୟକ୍ରମରେ ଅନୁଷ୍ଠାନ କର୍ମଚାରୀ ବିଶ୍ଵନାଥ ଡାକୁଆ, ହେମନ୍ତ ନାୟକ, ରାମାନୁଜ ନାୟକ, ଅବନୀ କୁମାର ଶାହା, ହରିହର ମିଶ୍ର,ମାଲ ସାହୁ, ଭାଗିରଥୀ ପାଢୀ ପ୍ରମୁଖ ସହଯୋଗ କରିଥିଲେ I କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୋଲେଇ ଧନ୍ୟାବାଦ ଜ୍ଞାପନ କରିଥିଲେ I