ପୋଡାମାରୀ କଲେଜର ବାର୍ଷିକ ଉତ୍ସବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଉଚ୍ଚ ମାଧ୍ୟମିକ କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଶିକ୍ଷାର୍ଥୀଙ୍କ ସମାବେଶରେ ଆୟୋଜିତ ଏହି ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ କଲେଜର ସଭାପତି ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଳକର୍ଣୀ ଯୋଗଦେଇ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତଃ ସୋମନାଥ ଦାଶ ବାବାଜୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ମହାବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହର ଉଦଘାଟନ କରିବା ସହ ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଜୋନ ସେକ୍ରେଟାରୀ ଡଃ ସୁଶାନ୍ତ ଦାଶ , ଆକାଶବାଣୀର ବିଶିଷ୍ଟ ବ୍ୟକ୍ତିତ୍ୱ ଡଃ ହୃଷୀକେଶ ପାଣିଗ୍ରାହୀ , ସମିତି ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , କଲେଜର ପୂର୍ବତନ ସମ୍ପାଦକ ଓକିଲ ଚନ୍ଦ୍ରଧ୍ଵାଜ ସିଂ , ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ , ସମିତି ସଭ୍ୟ ପ୍ରତିନିଧି ରାମନାଥ ପାତ୍ର,, ଗଙ୍ଗାଧର ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଧ୍ୟାପକ ଶ୍ରୀ ଗୁର୍ଯୋଧନ ଜେନା ଅତିଥି ପରିଚୟ ସହ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷାର୍ଥୀଙ୍କ ଦ୍ଵାରା ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ତଥା କଲେଜ ପରିଚାଳନା ସଭାପତି ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ନିଜର ସୀମିତ ବକ୍ତବ୍ୟ ରେ ଶିକ୍ଷାର୍ଥୀଙ୍କ ଉଚ୍ଚ ଅଭିଳାଷ ଏବଂ ବଡ଼ ହେବାର ଜିଜ୍ଞାସା ହିଁ ତାଙ୍କୁ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହେବା ନେଇ ଅନୁପ୍ରାଣିତ କରିଥିଲେ । ମୁଖ୍ୟବକ୍ତା ବିଶିଷ୍ଟ ମଞ୍ଚ ସଂଚାଳକ ତଥା ଆକାଶବାଣୀ ଉଦଘୋଷକ ଡଃ ପାଣିଗ୍ରାହୀ ଶିକ୍ଷାର୍ଥୀଙ୍କ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଅନୁଭୂତିକୁ ନେଇ ସେମାନଙ୍କ ଉତ୍ତରଦାୟିତ୍ୱ ବୋଧକୁ ନେଇ ଉଚ୍ଚକୋଟୀର ତର୍ଜମା ଓ ଅନୁଶୀଳନ କରିଥିଲେ । ସମ୍ମାନିତ ଅତିଥି ସାନଖେମୁଣ୍ଡି ତହସିଲଦାର କନିଷ୍ଠ ମହାବିଦ୍ୟାଳୟରେ କୈଶୋର ଅବସ୍ଥାର ଶିକ୍ଷା ଦାନ ବ୍ୟବସ୍ଥାରେ ଶିକ୍ଷାର୍ଥୀଙ୍କ ଅମନଯୋଗୀ ଭବଧାରାକୁ ନେଇ ନିଜ ଅଭିବ୍ୟକ୍ତି ରଖିଥିଲେ । ଏହା ସହିତ ଅନ୍ୟାନ୍ୟ ଅତିଥିବୃନ୍ଦ ନିଜ ନିଜ ଅଭଭାଷଣରେ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର ବିକଶିତ ଭାବାବେଗକୁ ନେଇ ଅନୁଷ୍ଠାନର ପ୍ରତିଷ୍ଠାତାଙ୍କ ସହ ଅଞ୍ଚଳ ବୁଦ୍ଧିଜୀବୀଙ୍କ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବିଭିନ୍ନ ଶାରୀରିକ କ୍ରୀଡା , ବୌଦ୍ଧିକ ଏବଂ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ର ବାର୍ଷିକ ବିବରଣୀ ପଠନ ସହ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । କଲେଜ କର୍ମଚାରୀଙ୍କ ସହ ଅଧ୍ୟାପକ ଅଧ୍ୟାପିକା ସତ୍ୟ ଶରଣ ପାଠି , ଆକୁଳ ସ୍ୱାଇଁ , ଦେବଦତ୍ତ ବ୍ରହ୍ମା ,ଅଶୋକ ଶତପଥୀ ପ୍ରମୁଖ ପରିଚାଳନାଗତ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ