ବାଇଦାପୋଷୀ ଗ୍ରାମରେ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସମାରୋହ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ବାଇଦୋପୋଷୀ ଗ୍ରାମର ବାଇଦାପୋଷୀ କ୍ରୀଡା ସଂସଦ ଆନୁକୁଲ୍ୟରେ ୨୫ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ଦୁଇ ଦିବସୀୟ ରୌପ୍ଯଜୟନ୍ତୀ ସମାରୋହ ଫେବୃଆରୀ ୧/୨ ଦୁଇ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ, ସମ୍ମାନିତ ଅତିଥି ରାଇରଙ୍ଗପୁର ପୌରଅଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ ,କାଉନସିଲର ସୁକଦେବ ବେହେରା,କ୍ରୀଡା ସଂସଦ ସଭାପତି ପ୍ରାକ୍ତନ ବିଧାୟକ ଶ୍ୟାମ ଚରଣ ହାଁସଦା, କାର୍ଯ୍ୟକାରୀ ସଭାପତି ଶିକ୍ଷକ ଦୁର୍ଯୋଧନ ବେହେରା,ସଂପାଦକ ଜଗନ୍ନାଥ ବେହେରା, ସାମ୍ବାଦିକ ଅକ୍ଷୟ ବିଶ୍ବାଳ ଏବଂ ଅନ୍ୟମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ପରେ ଶିଶୁ ବାଳକ/ବାଳିକା,ଯୁବ ବାଳକ/ବାଳିକାଙ୍କ ମଧ୍ୟରେ ଖେଳକୁଦ,ଦୌଡ଼,ଲମ୍ବଡିଆଁ,ପଟାଟୋ ରେସ, ଜ୍ଞାନ ପରୀକ୍ଷା ପ୍ରତିଯୋଗିତା ହୋଇଥିଲା ।ଅତିଥିଗଣ ବାଇଦାପୋଷୀ ଗ୍ରାମର କ୍ରୀଡ଼ା ଓ ନୃତ୍ୟ କୁମ୍ଭମେଳା ଆୟୋଜକ କାଳୀଙ୍କୁ ଭୂରି ଭୁରି ପ୍ରଶଂସା କରିଥିଲେ ।ପରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ରାତିରେ ଯାମସେଦପୁରର ନୂତ୍ଯଦଳ ନୃତ୍ୟ ପରିବେଷଣ କରିଥିଲେ ।ସେହିଭଳି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ,ମୋରଡା ବିଧାୟକ ରାଜ‌କିଶୋର‌ ଦାସ, ରାଇରଙ୍ଗପୁର ବିଦାୟକ ନବ ଚରଣ ମାଝୀ, ରାଇରଙ୍ଗପୁର ପୌରପାଳ ଅଭିଷେକ ପଟ୍ଟନାୟକ,ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ସଭାନେତ୍ରୀ ତନୁଜା ମହାନ୍ତ,ବିଜୁ ସେତୁ ଉପଦେଶ୍ଟା ମଣ୍ଡଳୀ ସଦସ୍ଯ ରତିକାନ୍ତ ପରୀକ୍ଷା ପ୍ରମୁଖ ଯୋଗ ଦେଇଥିଲେ । ମୋରଡ଼ା ବିଧାୟକ ରାଜ କିଶୋର ଦାସ କହିଥିଲେ ଏହି ଅନୁଷ୍ଠାନର ପ୍ରତିଷ୍ଠାରୁ ଆଜିଯାଏଁ ସେ ଜଡ଼ିତ ।ଏହି ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ । ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଥିଲେ କ୍ରୀଡା ନୃତ୍ୟ ଅଂଚଳରେ ଭାଇଚାରା , ସୁସଂପର୍କ,ଓ ସଂସ୍କୃତି କୁ ଉଜ୍ଜିଵୀତ କରେ । କର୍ମମୟ ଜୀବନରେ ଦିନେ ହେଲେବି ଆନନ୍ଦିତ କରି ରଖିଥାଏ ।ଏହି କ୍ରୀଡା ରେ ଲୋକକଳା ବଂଚି ରହିବା ସହ କ୍ରୀଡାରୁ ନୂତନ ଯୁବକ୍ରୀଡାବିତ୍ ସୃଷ୍ଟି ହୁଅନ୍ତି । ପୌରପାଳ ଅଭିଷେକ ପଟନାୟକ କହିଥିଲେ ପୌରବିଭାଗରୁ ଯାହାକିଛି ଆବଶ୍ୟକ ସେ ଯୋଗାଇ ଦେବେ ବୋଲି କହିଥିଲେ ।ବିଧାୟକ ନବ ମାଝୀ କ୍ରୀଡା ମଣ୍ଡପର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜି ଦୌଡ଼, ମହିଳାଙ୍କ ଝୋଟି ପ୍ରତିଯୋଗିତା, ମହିଳାଙ୍କ କଳଶ ଦୌଡ଼, ବୟସ୍କଙ୍କ ଦୌଡ଼ ଅନୁଷ୍ଠିତ ହୋଇଥିଲା ।ଏହି ଖେଳ ପଡ଼ିଆରେ ୧୪ ରୁ ଉର୍ଦ୍ଧ୍ବ ଆଦିବାସୀ ଲୋକନୃତ୍ୟ ଦଳ ସେମାନଙ୍କ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ କିଶୋର ରଜକ, ଗୋବିନ୍ଦ ସୋରେନ, ଜଗନ୍ନାଥ ମଲ୍ଲିକ, ଖଗେନ୍ଦ୍ର ବେହେରା,ଦୀପକ ମୁର୍ମୁ, କାର୍ତ୍ତିକ ମହାକୁଡ, ଜଗନ୍ନାଥ ମହାନ୍ତ,ନିର୍ମଳ ବେହେରା, ରବୀନ୍ଦ୍ର ବେହେରା, ଶୁଭେନ୍ଦୁ ବେହେରା, ନରେଶ ବେହେରା,ବିନୋଦ ହେମ୍ବ୍ରମ, ସିଦ୍ଧେଶ୍ୱର ବେହେରା,ମାଝୀଆ ବେହେରା, ଶିବାନନ୍ଦ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ବାଇଦାପୋଷୀ କ୍ରୀଡା ଓ ନୃତ୍ୟ କୁମ୍ଭମେଳା ସମ୍ପନ୍ନ ହୋଇଥିବାରୁ ବାଇଦାପୋଷୀ ଗ୍ରାମବାସୀ, ଅଂଚଳବାସୀ, ଅତିଥିବୃନ୍ଦ ଏବଂ ଆୟୋଜୋକ କାରୀଙ୍କୁ ରୌପ୍ୟ ଜୟନ୍ତୀ ସମାରୋହର ସଭାପତି ଶ୍ୟାମ ଚରଣ ହାଁସଦା କୃତଜ୍ଞତା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ