ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତର ବୋରୀସ୍ଥିତ ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠାନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ସମାଜ ସେବୀ ଭି ଦେବୀ ପ୍ରସାଦ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ଅଭିଭାବକ ମାନଙ୍କର ମୁଖ୍ୟ ଭୂମିକା ରାହିଛି ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇ ଅନୁଷ୍ଠାନଟି ଖୁବ୍ କମ ସମୟ ମଧ୍ୟରେ ଅନୁଷ୍ଠାନଟି ଛାତ୍ରଛାତ୍ରୀଙ୍କ ଭରସାଯୋଗ୍ୟ ଅନୁଷ୍ଠାନ ହୋଇପରିଛି ବୋଲି ପ୍ରକାଶ କରିଥିଲେ I ସେହିପରି ସମ୍ମାନୀତ ଅତିଥି ଭାବେ ପ୍ରେସକ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ଚୌଧୂରୀ,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ପୂର୍ବତନ ସମିତିସଭ୍ୟ ତୁଷାର ବିଷୋୟୀ, ପ୍ରଧାନ ଶିକ୍ଷକ ଶିଶିର କାନ୍ତ ବିଷୋୟୀ, ସମାଜସେବୀ ଚିତ୍ତରଞ୍ଜନ ବିଷୋୟୀ, ସାମ୍ବାଦିକ ଜଗନ୍ନାଥ ନାୟକ, ବିଭୂପାଦ ଜେନା କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଶିକ୍ଷୟିତ୍ରୀ ରଚନା ବିଷୋୟୀ ଏବଂ ବର୍ଷା ରାଣୀ ବିଷୋୟୀଙ୍କ ସଂଯୋଜନାରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହିତ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷୟିତ୍ରୀ ରାଗିଣୀ ବିଷୋୟୀ, ନଗରୀ ବିଷୋୟୀ,ଲୀଜା ବିଷୋୟୀ, କୂମରେଶ୍ୱର ପରିଡ଼ା ସହଯୋଗ କରିଥିଲେ I ଅନୁଷ୍ଠାନ ସମ୍ପାଦିକା ଲକ୍ଷ୍ମୀବାଳା ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ