ସୁଲୋଚନା ତରାଇଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସମାଜସେବୀ ଅକ୍ଷୟ ତରାଇଙ୍କ ମାତା ସୁଲୋଚନା ତରାଇଙ୍କ ଏକାଦଶାହ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମସ୍ଥିତ ତାଙ୍କ ବସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସରପଞ୍ଚ ଅଜିତ କୁମାର ନାୟକ, ପୂର୍ବତନ ସମିତିସଭ୍ୟ ଅଭୟ କୁମାର ଜେନା, ବିରଞ୍ଚି ତରାଇ, ସୈାମେନ୍ଦ୍ର ନାୟକ, ଦିଲ୍ଲିପ ଜେନା, ପ୍ରଭାତ ନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ତରାଇଙ୍କ ଗୁଣାବଳୀର ଅବତାରଣା କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଭାରେ ସ୍ୱର୍ଗତା ତରାଇଙ୍କ ପୁତ୍ର ପ୍ରମୋଦ, ସମାଜସେବୀ ଅକ୍ଷୟ, ପ୍ରଭାତ, ପ୍ରଫୁଲ୍ଲ, ଦେବି ପ୍ରସାଦ, ବୋହୁ, ନାତି,ନାତୁଣୀ, ଝିଅ, ଜ୍ୱାଇଁ, ଭଣଜା, ଭାଣିଜୀ, ନାତୁଣି ବୋହୁ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ