କେନ୍ଦ୍ରାପଡା ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୧୫ରୁ ଆନ୍ଦୋଳନ ଶୋଭାଯାତ୍ରା ଜୋରଦାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ହେଉଥିବା ଦାବିକୁ ଗତି ଦେବା ପାଇଁ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି ଉଦେଶ୍ୟରେ ପବ୍ଲିକ ରିଡିଂରୁମ ପରିସରରେ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଫକିର ଚରଣ ଖଟୁଆ, ଗୟାଧର ଧଳ, ପ୍ରଫୁଲ୍ଲ କୁମାର ଦାସ, ଆଦିକନ୍ଦ ରାଉଳ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଅକ୍ରୁର ପଲାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ୧୫ତାରିଖରେ ହେବାକୁ ଥିବା ଜିଲ୍ଲା ବ୍ୟାପି ବାଇକ ଶୋଭାଯାତ୍ରା ନିମନ୍ତେ ଖସଡା ପ୍ରସ୍ତୁତ କରିଥିଲେ । ରାଜକନିକାର ବାସୁ ବିସୁନୀ ସହିିଦ ସ୍ମୃତି ପୀଠରୁ ଏକ ବାଇକ ଶୋଭାଯାତ୍ରା ପୂର୍ବାହ୍ନ ୯ଟାରେ ବାହାରି କନିକା, ଆଳି, ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ପ୍ରଭୃତି ବ୍ଲକ ଅଞ୍ଚଳ ପରିକ୍ରମା କରି ଅପରାହ୍ନରେ କେନ୍ଦ୍ରାପଡା ସହରର ମେଡିକାଲ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଶୋଭାଯାତ୍ରା ଶେଷ ହେବାକୁ କମିଟି ସ୍ଥିର କରିଛି । ସେଠାରେ ହେବାକୁ ଥିବା ସାଧାରଣ ସଭା ସ୍ଥଳରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରେରଣ କରାଯାଇ ଦାବି ହାସଲ ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳାଇ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ