ସ୍ବଦେଶୀ ଜାଗରଣ ମଞ୍ଚ, ବ୍ରହ୍ମପୁର

ବ୍ରହ୍ମପୁର, (ଅନିଲ କୁମାର):ସ୍ବଦେଶୀ ଜାଗରଣ ମଞ୍ଚ ବ୍ରହ୍ମପୁର ତରଫରୁ ନିକଟରେ କେନ୍ଦ୍ର ସରକାର ଙ୍କ ଦ୍ୱାରା ୨୦୨୩-୨୦୨୪ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ କରାଯାଇଥିଲା l ଜିଲ୍ଲା ସଂଯୋଜକ ଶ୍ରୀ ବିନୋଦ ନାୟକ ଙ୍କ ଅଧ୍ୟକ୍ଷତା ଏବଂ ମହାନଗର ସଂଯୋଜକ ସୁଶିଲ ପଟ୍ଟନାୟକ ଙ୍କ ସଂଯୋଜନା ରେ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଫେସର ଡ଼ଃ ଜଗନ୍ନାଥ ପଣ୍ଡା ଯୋଗଦେଇଥିବା ବେଳେ ଅତିଥିଭାବେ ଡ଼ଃ ସୁବାସ ସାହୁ ଯୋଗଦେଇଥିଲେ l ଚାର୍ଟର୍ଡ଼ ଆକାଉଟାଣ୍ଟ ସୁଧାଂଶୁ ସାହୁ ବକ୍ତା ଭାବେ ବଜେଟର କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, infrastructure , ରେଳ ପରିବହନ, ଶ୍ରୀ ଅର୍ଣ୍ଣ ଯୋଜନାରେ ମାଣ୍ଡିଆ, ଜଅ, ବାଜରା ର ବହୁଳ ବ୍ୟବହାର,ଗୋବର୍ଦ୍ଧନ ଯୋଜନା, ଇତ୍ୟାଦି ବହୁ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ l ଅନ୍ୟତମ ବକ୍ତା ଚାର୍ଟର୍ଡ ଆକାଉଟାଣ୍ଟ ତଥା ସ୍ବଦେଶୀ ର ମହାନଗର ସଂଯୋଜକ ସୁଶୀଳ ପଟ୍ଟନାୟକ ଟାକ୍ସ ରେଟ ସିଷ୍ଟମ କୁ ବହୁତ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ କେଉଁ ଜିନିଷ ର ଦାମ କମିଲା ଓ କେଉଁ ଜିନିଷ ରେ ଦାମ ବଢିଲା ତାକୁ ମଧ୍ୟ ବିସ୍ତୃତ ଭାବେ ତଥ୍ୟ ରଖିଥିଲେ l ତା ସହିତ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ l ଡ଼ଃ ସୁବାଷ ସାହୁ କେନ୍ଦ୍ର ର ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ଅବସରରେ ସମସ୍ତ ଯୋଜନାରେ କେନ୍ଦ୍ର ସରକାର ଙ୍କ ସର୍ବାଧିକ ସିଂହାଭାଗ ଅର୍ଥ ରହିଛି ବୋଲି ବକ୍ତବ୍ୟ ରଖିଥିଲେ l ଶେଷରେ ମୁଖ୍ୟଅତିଥି ପ୍ରଫେସର ଜଗନ୍ନାଥ ପଣ୍ଡା ପୂର୍ବ ସରକାର ରେ ଆଗତ ହୋଇଥିବା ବଜେଟ ଅପେକ୍ଷା ଏବଂ ବର୍ତମାନ ସରକାର ର ବଜେଟ ତୁଳନା କରି କିପରି ଦୂରଦର୍ଶୀ ଏବଂ ଆଗାମୀ ପିଢ଼ି ପାଇଁ ଏକ ବିକଶିତ ବଜେଟ ଓ ଭାରତ କୁ ବିଶ୍ଵଗୁରୁ ରୂପେ ସ୍ଥାପିତ କରିବାକୁ ଯାଉଥିବା ଏକ ଉତ୍ତମ ବଜେଟ ବୋଲି ବକ୍ତବ୍ୟ ଦେଇଥିଲେ ଏବଂ ଏଇ ସରକାର ଙ୍କ ଅର୍ଥନୀତି ନିମ୍ନରୁ ନିମ୍ନସ୍ତର ରେ ଥିବା ବ୍ୟକ୍ତି ପାଖରେ ପହଞ୍ଚିବ ବୋଲି ନିଜର ବକ୍ତବ୍ୟ ରେ କହିଥିଲେ l ସ୍ୱାବଲମ୍ବୀ ଭାରତ ଅଭିଯାନ ର ପ୍ରାନ୍ତ ପ୍ରମୁଖ ପ୍ରସନ୍ନ ଛୋଟରାୟ ଅଭିଯାନ ର ଗତିବିଧି,ଉଦ୍ଧେଶ୍ୟ ଆଲୋଚନା କରିବା ସହ ଏହା ଆତ୍ମନିର୍ଭର ଭାରତର ବଜେଟ ବୋଲି କହିଥିଲେ l ଆଜିର ଯୁବକ ଚାକିରୀ ପଛରେ ନ ଗୋଡ଼ାଇ ଚାକିରୀ ଦେବାପାଇଁ ପ୍ରସ୍ତୁତ ହେବା ଦରକାର, ତେବେ ଯାଇ ଭାରତ ଆତ୍ମନିର୍ଭର ଓ ବିଶ୍ଵଗୁରୁ ହୋଇପାରିବ ବୋଲି ଛୋଟରାୟ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ପ୍ରଶାନ୍ତ ପତି, ଡ଼ଃ ପ୍ରାଣ ଚାନ୍ଦ ପଣ୍ଡା, ସ୍ୱୟଂ ଶ୍ରୀରାମ, ସି. ଏ. ସାୱନ , ରାଜୀବନେତ୍ର ଖାଡ଼ଙ୍ଗା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନତ ପଣ୍ଡା, ଅମିତା ସାହୁ, ତୁତୁନ ପାତ୍ର, ଶିଶିର ଗୌଡ଼, ସୁପ୍ରିମ କୋର୍ଟ ର ଓକିଲ ଗୌରୀ ଶଙ୍କର ପଟ୍ଟନାୟକ,ରମାନନ୍ଦ ପଟ୍ଟନାୟକ, ବିଜୟ ପ୍ରଧାନ, ପ୍ରଣବ ପଣ୍ଡା, ପ୍ରଦୀପ ସାହୁ, ଅଧ୍ୟାପକ ପ୍ରକାଶ ପାଣିଗ୍ରାହୀ, ପ୍ରକାଶ ଭଜାନୀ, ରୁଦ୍ର ପ୍ରସନ୍ନ ପାତ୍ର,ଦେବାନନ୍ଦ, ଲଷ୍ମୀ ନାରାୟଣ ବିଶୋଇ ତଥା ବଜେଟ ଶୁଣିବାକୁ ଆଗ୍ରହୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l ଶେଷରେ କୋଷାଧକ୍ଷ ଜି ଭି ଏସ ରାଜେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଶାନ୍ତିପାଠ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ