ଅଧାମାସ ପୁରିଲା ମେଡିକାଲ ଆନ୍ଦୋଳନକୁ: ମୋ ସରକାରର ଚିନ୍ତାନାହିଁ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୁରୁଣା ମେଡିକାଲକୁ ସିଟି ହସପିଟାଲ ଘୋଷଣା ଦାବିରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତମାସ ୨୪ତାରିଖରୁ ଚାଲିଥିବା ରିଲେ ଗଣଧାରଣାକୁ ଅଧମାସ ପୁରିଲା । ବିଜୁବାବୁଙ୍କ କର୍ମକ୍ଷେତ୍ରରେ ନବୀନବାବୁଙ୍କ ହାତକୁ ସାରା ଜିଲ୍ଲାକୁ ଟେକି ଦେଇଥିବା ଜିଲ୍ଲାର କେନ୍ଦ୍ରବିନ୍ଦୁ କେନ୍ଦ୍ରାପଡା ସହରର ଜନଗଣ ଅପେକ୍ଷା କରି ବସିଛନ୍ତି । ସେମାନେ ପାଉଥିବା ସ୍ୱାସ୍ଥ୍ୟ ସୁବିଧା ଟିକକ କେବେ ସରକାର ଓ ଜିଲ୍ଲା ପ୍ରଶାସନ ଫେରାଇ ଦେବେ ସହରବାସୀଙ୍କ ଧର୍ଯ୍ୟର ସୀମା ବି ଅତିକ୍ରମ କରିଗଲାଣି । ସରକାର ଓ ଜିଲ୍ଲା ପ୍ରଶାସନର ଲୁଚକାଳି ବି ମେଡିକାଲ ଉପରେ ନିର୍ଭର କରୁଥିବା ଅଧିବାସୀଙ୍କୁ ଅତିଷ୍ଠ କରିଦେଲାଣି । କେତେବେଳେ ମନ୍ତ୍ରୀ ଆସି କହୁଛନ୍ତି ସରକାରଙ୍କ ସହିତ ଆଲୋଚନା କରିବି ତ ଜିଲ୍ଲାପାଳ ସିଟି ହସପିଟାଲ ପାଇଁ ଚିଠି ଲେଖିଛନ୍ତି । ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀକାରୀଙ୍କୁ ଡକାଯାଇଥିଲା ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ । ଆନ୍ଦୋଳନକାରଙ୍କ ପ୍ରତିନିଧିମାନେ ପ୍ରଶ୍ନ କରିଥିଲେ ଯେଉଁ ଦାବି ଉପରେ ଆନ୍ଦୋଳନ ଚାଲିଛି ସେ ସମ୍ପର୍କରେ କିଛି ଲିଖିତ ପ୍ରତିଶୃତି ଦେଇ ପାରିବେକି? ଜିଲ୍ଲା ପ୍ରଶାସନ ପାଖରେ କିଛି ଠୋସ ଉତ୍ତର ନଥିଲା । ଆନ୍ଦୋଳନକାରୀମାନେ ଜିଲ୍ଲା ପ୍ରଶାସନର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଚାଲିବା ସହିତ ଓଡିଶାର ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବା ଓ ସେହିଦିନ ଭୁବନେଶ୍ୱରରେ ପ୍ରେସମିଟ କରିବାକୁ ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମ କେବେ ହେବ ରାଜ୍ୟପାଳଙ୍କ ଘୋଷଣାକୁ ଅପେକ୍ଷା କରାଯାଇଛି । ଚିରାଚରିତ ଢଙ୍ଗରେ ଆଜିର ଆନ୍ଦୋଳନରେ ସଭାପତିତ୍ୱ କରିଥିଲେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଶିକ୍ଷାବିତ ହେମନ୍ତ କୁମାର ଜେନା । ବକ୍ତବ୍ୟ ରଖିଥିଲେ ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦିପ ଦାଶ, କେନ୍ଦ୍ରାପଡା ହାଇସ୍କୁଲ ପୁରାତନ ଛାତ୍ର ସଂସଦର ସମ୍ପାଦକ ଚିତ୍ତରଞ୍ଜନ ଭଗତ, ନାରୀନେତ୍ରୀ ଫାହିମା ବେଗମ, ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବିଜେପି ନେତା ମହମ୍ମଦ ସଲିମ ଖାନ, ମମତାମୟୀ ସାମଲ, କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ଆପ ଜିଲ୍ଲା ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ମହମ୍ମଦ ଆକବର ଅଲ୍ଲୀ, ଶିକ୍ଷକନେତା ଅବନୀ କୁମାର ମହାନ୍ତି, ପୂର୍ବତନ କାଉନସିଲର ହିବଜୁର ରହେମାନ, ସୈାମେନ୍ଦ୍ର ପୃଷ୍ଟି, କୁମୁଦ କୁମାର ରାଉତ, ସାବିର ଖାନ, ସାଗରିକା ଦାସ, ସନ୍ତୋଷ କୁମାର ବେହେରା, ବିପିନ ବିହାରି ପରିଡା, ସୟଦ ଅକମଲ ଅଲ୍ଲୀ, ପ୍ରଶାନ୍ତ କୁମାର ପଣ୍ଡା,ସୁଖଦାନନ୍ଦ ପ୍ରଧାନ, ଅବଦୁଲ ମାଜିଦ, ମକସୁଦ ଅଲ୍ଲୀ, ମହମ୍ମଦ ସିଦିକ, ରଞ୍ଜନ କୁମାର ମଲିକ, ଅନନ୍ତ କୁମାର ଜେନା, ଶିବାନୀ ଦାସ, ସୟଦ ଅବଦୁଲ ସତ୍ତାର ପ୍ରମୁଖ ବକ୍ତବ୍ୟ ରଖିବା ସହ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ