ଅବ୍ୟବସ୍ଥା ଘେରରେ ସ୍କୁଲ

ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ରାଜ୍ୟରେ ଶିକ୍ଷା ହାରବୃଦ୍ଧି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ପ୍ରାୟ ଗରିବ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରେଇବା ଏବଂ ଟଙ୍କା ଶିକ୍ଷା କ୍ଷେତ୍ରରେ ବାଧକ ନସାଜୁ ଏଥିପାଇଁ ସରକାର ନିଜସ୍ୱ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ହଷ୍ଟେଲରେ ରଖି ସବୁ ପ୍ରକାର ଆନୁସାଙ୍ଗିକ ଜିନିଷ ପତ୍ର ଠାରୁ ଆରମ୍ଭ କରି ପୋଷାକ ପତ୍ର, ବହିଖାତା, ପିଇବା ଖାଇବା ମାଗଣାରେ ଯୋଗାଉଛନ୍ତି । କିନ୍ତୁ ସରକାରଙ୍କ ଅନୁଦାନରୁ ବଞ୍ଚିତ ହଉଛନ୍ତି ଚିତ୍ରକୋଣ୍ଡାରେ ଥିବା ssd ବିଦ୍ୟାଳୟ ଓ କୋଣ୍ଡାରେଡି ବିଦ୍ୟାଳୟର ହଷ୍ଟେଲ ଛାତ୍ରୀ ମାନେ । ଷ୍ଟୋର ରୁମରେ ଶୁଖିଲା ବାଇଗଣ, ଲାଉ,ପଚା ପତ୍ର କୋବି ଏବଂ ଅତି ନିମ୍ନମାନର ରାସନ ଥିଲା ଯାହାକି ପିଲାଙ୍କ ପାଇଁ ରନ୍ଧାରେ ବ୍ୟବହାର କରାଯାଇଥାଏ । ପ୍ରଧାନ ଶିକ୍ଷକ ନିର୍ଦ୍ଦେଶରେ ଏପରି ନିମ୍ମାନର ରାସନ ଆସେ ବୋଲି ସ୍ୱକାର କରିଛନ୍ତି ମେଟ୍ରୋନ ଓ ରୋଷେୟା । ପୁଣି ପ୍ରଧାନଶିକ୍ଷକ କଢା ତାଗିଦ ଯଦି ହଷ୍ଟେଲ କଥା କାହା ଆଗରେ ଛାତ୍ରୀ ମାନେ କହିବେ ତାଙ୍କୁ ସବୁଦିନ ପାଇଁ tc ଦେଇ ବିଦା କରାଯିବ । ପ୍ରଧାନ ଶିକ୍ଷକଙ୍କ ଏଭଳି ମନୋମୁଖୀ କାର୍ଯ୍ୟ ବିଷୟରେ ମାଲକାନଗିରି ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି .ତେବେ ଏହି ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।ଏହି ଦୁଇଟି ହଷ୍ଟେଲର ଦାୟିତ୍ୱ ନେଇଛନ୍ତି ssd ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ ତ୍ରିପାଠୀ । ପ୍ରଶାସନ ଗାଇଡ଼ ଲାଇନ ବଦଳରେ ନିଜସ୍ୱ ଇଛାରେ ଚଳାନ୍ତି ହଷ୍ଟେଲ। ଛାତ୍ରୀ ମାନେ ବିଭିନ୍ନ ଅଭିଯୋଗ ଆଣିଛନ୍ତି। ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଅଚାନକ ଗ୍ରସ୍ତରେ ପ୍ରଧାନ ଶିକ୍ଷକଙ୍କ ଗୁମର ଖୋଲିଥିଲେ ଛାତ୍ରୀ ମାନେ ।ଛାତ୍ରୀଙ୍କୁ ପୋକ ଭାତ ଖାଇବା ପଡୁଛି,ପତଳା ଡାଲି,ଡୁପ୍ଳୁକେଟ ବିସ୍କୁଟ(ରନର ବିସ୍କୁଟ),ତେଲ,ପନିପରିବା ନଷ୍ଟ ହେଲେବି ଖାଇବାକୁ ଦିଆଯାଏ।ଷ୍ଟାଇପେଣ୍ଡ ଟଙ୍କା, ସାଇକେଲ ଟଙ୍କା ଏପରିକି କରନା ଟଙ୍କା ମଧ୍ୟ ପାଇପାରି ନାହାନ୍ତି । ହଷ୍ଟେଲରେ ବ୍ୟବହାର ନିମନ୍ତେ ମଗ,ବାଲ୍ଟି ଖେଳିବା ନିମନ୍ତେ ଖେଳ ସାମଗ୍ରୀ ଦେଉ ନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଛାତ୍ରୀ ମାନଙ୍କୁ ସଠିକ ଗୁଣ ମାନର ଖାଦ୍ୟ ଦେଉ ନାହାନ୍ତି । ହଷ୍ଟେଲର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଛାତ୍ରୀ ମାନେ ଏବଂ ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ, ପିଇଟି ଶିକ୍ଷକ ମଧ୍ୟ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ