ଧରାପୃଷ୍ଠରୁ ୪ ପାପୀଙ୍କ ବିନାଶ …ପ୍ରିୟଙ୍କାକୁ ମିଳିଲା ନ୍ୟାୟ
ହାଇଦ୍ରାବାଦ : ହାଇଦ୍ରାବାଦ ଡାକ୍ତରରାଣୀ ପ୍ରିୟଙ୍କା ରେଡ୍ଡିଙ୍କୁ ଦୁଷ୍କର୍ମ କରି ଅତି ବିଭତ୍ସ ଭାବେ ପେଟ୍ରୋଲ ଢାଳି ଅତି ବର୍ବର ଭାବେ ହତ୍ୟା କରିଥିବା ସଂପୃକ୍ତ ୪ ସଇତାନ ମାନଙ୍କର ଅନ୍ତଘଟିଛି । ଗୋଟିଏ ପଟେ ପ୍ରିୟଙ୍କା ରେଡ୍ଡି ନିିଆଁରେ ଜଳିପୋଡି ପାଉଁଶ ହୋଇଯାଇଥିଲେ ବି ଗୁୁମୁରି ଗୁମୁରି କାନ୍ଦୁଥିଲେ ନ୍ୟାୟ ପାଇଁ । ଶେଷରେ ଧର୍ମର ଜୟ ହୋଇଛି । ଦେଶବାସୀ ଦୁଷ୍କର୍ମ ମାମଲାରେ ଜଡିତ ୪ ଅଭିଯୁକ୍ତଙ୍କୁ ଫାଶୀରେ ଝୁଲାଇବାକୁ ଦାବି କରୁଥିବା ବେଳେ ସମସ୍ତ ଦୁଷ୍କର୍ମ ମାମଲାରେ ସଂପୃକ୍ତ ୪ ସଇତାନ ମାନଙ୍କର ଅନ୍ତଘଟିଛି ।ଅନ୍ୟ ପଟେ ଦୁଷ୍କର୍ମ ମାମଲାରେ ଧରାପୃଷ୍ଠରେ ୪ ସଇତାନ କାମାନ୍ଧ ହୋଇ ସମସ୍ତ ପାପରୁ ବଳିପଡିଥିଲେ । ଯେଉଁ ମାଁ ଗର୍ଭରେ ଏହି ସନ୍ତାନ ମାନଙ୍କୁ ଜନ୍ମ ଦେଇଥିଲା ସେହି ମା ମଧ୍ୟ ଆଜି କହୁଛି ମୋର ଏମିତିକା କୁଳଙ୍ଗାର ପୁଅ ଦରକାର ନାହିଁ ,ସେମାନଙ୍କୁ ଜାଳିପୋଡି ପାଉଁଶ କରିଦିଅ ନଚେତ ଫାଶୀ ଦଣ୍ଡରେ ଦଣ୍ଡିତ କର । କିନ୍ତୁ ଏହି ପାପୀମାନଙ୍କର ସାମ୍ରାଜ୍ୟ ଆଜି ସଂମ୍ପୂର୍ଣ୍ଣ ବିନାଶ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରାତ୍ରର ଘୋର ଅନ୍ଧାକାର ମଧ୍ୟରେ ତଦନ୍ତ ପାଇଁ ୪ ଅଭିଯୁକ୍ତ ମାନଙ୍କୁ ଘଟଣା ସ୍ଥଳରୁ ନିଆଯାଉଥିଲା । ଠିକ୍ ଏହି ସମୟରେ ମୁଖ୍ୟ ଅଭିଯୁକ୍ତର ଇସାରାରେ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ପାଇଁ ଦୁଷ୍କର୍ମକାରୀ ମାନେ ପୋଲିସ ଉପରକୁ ଢେଲା ମାଡ କରିଥିଲେ । ତେଣୁ ପୋଲିସ ନିଜର ଆତ୍ମ ରକ୍ଷା କରିବା ସହ ୪ ଅପରାଧିଙ୍କୁ ଗିରଫ ପାଇଁ ଦୈାଡି ଦୈାଡି ଶେଷରେ ବାଧ୍ୟ ହୋଇ ଚେତନାପାଲ୍ଲୀର ଓଭରବ୍ରିଜ ନିକଟରେ ହିଁ ଏନକାଉଣ୍ଟର କରିଥିଲା । ୪ ଅଭିଯୁକ୍ତ ମାନଙ୍କର ମୃତ୍ୟୁ ନେଇ ତେଲେଙ୍ଗାନା ପୋଲିସ କମିସନର ସ୍ପଷ୍ଟ କରିଛନ୍ତି । ପଶୁ ଡାକ୍ତରରାଣୀଙ୍କୁ ନିଆଁରେ ଯେଉଁଭଳି କଲବଲ କରି ଜାଳିପୋଡି ପାଉଁଶ କରିଦେଇଥିବା ବେଳେ ସେମାନେ ପୋଲିସ ଗୁଳିରେ କଲବଲ ହୋଇ ମୃତ୍ୟୁ ବରଣ କରିଛନ୍ତି । ପୋଲିସ ଗୁଳିରେ ୪ ସଇତାନ ମାନଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାର ମଧ୍ୟ ଶବକୁ ନେବାକୁ ରୋକଠୋକ ମନାକରିଦେଇଛନ୍ତି । ତେଣୁ ତେଲେଙ୍ଗାନା ପୋଲିସ ହିଁ ଅଭିଯୁକ୍ତ ମାନଙ୍କୁ ପୋଡିପାରେ ବୋଲି ଅନୁମାନ କରାଯାଉଛି । ଏହା ସହ ପୋଲିସ ଅଭିଯୁକ୍ତ ମାନଙ୍କୁ ଏନକାଉଣ୍ଟର ଘଟଣାକୁ କିଛି ବିରୋଧ କରୁଥିବା ବେଳେ ଅଧିକାଶଂ ମୁହଁରେ ଅଭିଯୁକ୍ତ ମାନଙ୍କୁ ଉଚିତ ଶାସ୍ତି ମିଳିଛି ବୋଲି କୁହାଯାଉଛି । ଅନ୍ୟ ପଟେ ଏନକାଉଣ୍ଟର କରିଥିବା ପୋଲିସ ସ୍ପେଶାଲିଷ୍ଟଙ୍କୁ ଏଭଳି କାର୍ଯ୍ୟକୁ ପ୍ରଂଶସା କରାଯାଇଛି ।


