ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଦକ୍ଷତାଭିତ୍ତିକ ତାଲିମ୍
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଭାରତ ସରକାରଙ୍କ ଯୁବ ବ୍ଯାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ଏବଂ ବିବେକାନନ୍ଦ ଯୁବକ ସଂଘର ମିଳିତ ସହଯୋଗରେ ଛାତ୍ରଛାତ୍ରୀଙ୍କ ପାଇଁ ଦକ୍ଷତାଭିତ୍ତିକ ବାଣିଜ୍ୟିକ ଶିକ୍ଷା ଉପରେ ଏକ କମ୍ପ୍ୟୁଟର୍ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଏମସିସି ଏକାଡ଼େମୀ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଂଚଳିକ ମହାବିଦ୍ୟାଳୟ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ଅନୀଲ୍ କୁମାର ସ୍ଵାଇଁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଆତ୍ମ ନିଯୁକ୍ତି କ୍ଷେତ୍ରରେ ଦକ୍ଷତାଭିତ୍ତିକ ବୈଷୟିକ ଶିକ୍ଷାର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ I କାର୍ଯ୍ୟକ୍ରମରେ ୨୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ର ସଂଯୋଜିକା ଦିପ୍ତିମୟୀ ବେହେରା ସଂଯୋଜନା କରିଥିଲେ I


