ସ୍ୱାମୀ ଶିବାନନ୍ଦ ଆଶ୍ରମ ଧୁମାତ ଠାରେ ସାଧୁ ସମ୍ମିଳନୀ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଶୃଙ୍ଖଳା ଏବଂ ସହନଶୀଳତା ଥିଲେ ସବୁ ଅସାଧ୍ୟକୁ ବି ସାଧନ କରି ପାରିବ ବୋଲି ସ୍ୱାମୀ ପୁରୁଷୋତ୍ତମାନନ୍ଦ କହିଥିଲେ । ମନୁଷ୍ୟର କର୍ତ୍ତବ୍ୟ, ନୈତିକତା, ସଦାଚାର ସ୍ୱାମୀ ଶିବାନନ୍ଦ, ସ୍ୱାମୀ ଚିଦାନନ୍ଦ ଭାରତର ଏକ ମହର୍ଷୀ ଧରିତ୍ରୀର ଧୃବ ତାରା ବୋଲି ସମାଜ ମଙ୍ଗଳ ଏବଂ ସମାଜ ସଂସ୍କାର ଦିଗରେ ଦିବ୍ୟ ଜୀବନ ସଂଘ ଅଙ୍ଗିକାର ବଦ୍ଧ । ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସଦାଚାର ନୈତିକତା ମନୁଷ୍ୟର କର୍ତ୍ତବ୍ୟ ହେବା ଉଚିତ ବୋଲି କହିଥିଲେ । ଗୁରୁଙ୍କୁ ନମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ୱର । ସବୁ ଧର୍ମ, ଶାସ୍ତ୍ର ନିତିବାଣୀ ନିୟମ ଏକାକାର କରି ଆଜି ବିଶ୍ୱ ଏକ ଘଡି ସନ୍ଧି ମୁହୂର୍ତ୍ତରେ ଗତି କରି ଚାଲଛି । ହିଂସା, ଦ୍ୱେଶ, ବ୍ୟଭିଚାର, ଭ୍ରଷ୍ଟାଚାର ଦିଗରେ ଅବଗତି କରୁଛି ଏଥିପାଇଁ ଆମେ ସମସ୍ତେ ଏକହୋଇ ବିଶ୍ୱର ମଙ୍ଗଳ ପାଇଁ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପାଳନ କରିବା ପାଇଁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦଜୀ ମତ ରଖିଥିଲେ । ସ୍ୱାମୀ ସାନ୍ତାନନ୍ଦ, ସ୍ୱାମୀ ଗୁରୁଶରଣାନନ୍ଦ, ସ୍ୱାମୀ ରାମଶରଣାନନ୍ଦ, ସ୍ୱାମୀ ଗୁରୁକୃପାନନ୍ଦ, ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ, ଦିବ୍ୟ ଜୀବନ ସଙ୍ଘ, ସମାଜ ମଙ୍ଗଳ, ସମାଜ ସଂସ୍କାର ଦିଗରେ ଅଗ୍ରଣୀ ଭୁମିକା ଗ୍ରହଣ କରୁଛି ବୋଲି କହିଥିଲେ । ଧୂମାତ ଭକ୍ତ ବିଳାସ ମଠରେ ନବାନ୍ନ ପାରାୟଣ, ରାମ ଚରିତ ମାନସର ୪ର୍ଥ ଦିବସରେ ସାଧୁସନ୍ଥ ସମ୍ମିଳନୀରେ ଦିବ୍ୟ ଜୀବନ ସଙ୍ଘର ସାଥି ସନ୍ନ୍ୟାସୀଙ୍କ ଗହଣରେ ଆଲୋକପାତ କରିଥିଲେ । ନବାନ୍ନ ପାରାୟଣ ପ୍ରବଚନକୁ ଧୂମାତ ଗ୍ରାମବାସୀ ଏବଂ ଦିବ୍ୟ ଜୀବନ ସଂଘ ପରିବାରର ଶୁଭଲକ୍ଷ୍ମୀ ଦାସ, ମହେନ୍ଦ୍ର ସୁନ୍ଦର ରାଉତ , କାଳିପ୍ରଶନ୍ନ ଶତପଥୀ, ସୁଷମା ରାଉତ, ରମାକାନ୍ତ ଦାସ, ପିତାମ୍ବର ଦାସ, ଗୋଲେଖ ଦାସ, ପର୍ଶୁରାମ ରାଉତ, ଶିବୁ ହାଜରା, ଚିର ସାହୁ, ସୁବାସ ମଜମୁଦାର, ଅମର ହାଜରା, ବିନୟ ବୋଷ, କୁଳମଣୀ ଦାସ ପ୍ରମୁଖ ସାହାଯ୍ୟ ସହଯୋଗ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


