ଛତ୍ରପୁର ଠାରେ ଶ୍ରୀକ୍ରିଷ୍ଣା ମହଲ ବାଚସ୍ପତିଙ୍କ ଦ୍ୱାରା ଉଦଘାଟିତ
ଛତ୍ରପରୁ (ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ଏବେ ଗୋଟିଏ ମହଲରେ ଜନସାଧାରଣ ମାନେ ସୁନା, ରୂପା ଓ ଶାଢୀ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାମଗ୍ରୀ ପାଇପାରିବେ । ଏନେଇ ଛତ୍ରପୁର ଶ୍ରୀ କ୍ରିଷ୍ଣା ଗୃଫ୍ ଅଫ୍ ବିଜିନେସ ୟୁନିଟ୍ ପକ୍ଷରୁ ସ୍ଥାନୀୟ ମେଇନ ରୋଡସ୍ଥିତ ଆନ୍ଧ୍ରାବ୍ୟାଙ୍କ ସମ୍ମୁଖରେ ଶ୍ରୀ କ୍ରିଷ୍ଣା ମହଲ ଉଦଘାଟିତ ହୋଇଯାଇଛି । ଏହି ମହଲରେ ସୁନା ଓ ରୂପା , ମହିଳା ମାନଙ୍କ ନିମନ୍ତେ ବିୟୁଟି ମହଲ, ଶାଢୀ କଲେକ୍ସନ ଏବଂ ବିଭିନ୍ନ ଇଲୋକ୍ଟନିକ ସାମଗ୍ରୀ ପାଇପାରିବେ । ଶୁକ୍ରବାର ଦିନ ଏହି ମହଲକୁ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାସହିତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାର ସାମଗ୍ରୀ ମିଳୁଥିବାରୁ ଶ୍ରୀ କ୍ରିଷ୍ଣା ଗୃଫ୍ ଅଫ୍ ବିଜିନେସ ୟୁନିଟ୍ କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ବିପୁଳିଙ୍ଗି ପଞ୍ଚାୟତ ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା, କଣମଣା ସମିତି ସଭ୍ୟା ରଶ୍ମିତା ବେହେରା, ପୂର୍ବତନ ସାଂସଦ ପ୍ରତିନିଧୀ ବଟକୃଷ୍ଣ ପଣ୍ଡା ଓ ବିଶ୍ୱନାଥ ସୁବୁଦ୍ଧି, ଉମାରେଡ୍ଡୀ , ସୟଦ ମୁକ୍ତାର, ଅଙ୍କର ନେତ୍ରାଳୟ ଉପଦେଷ୍ଟା ବି.ଶ୍ରୀନିବାସ, ପୁର୍ବତନ କଉନସିଲର ଟି.ଚନ୍ଦ୍ରଶେଖର ରାଓ, ସରକାରୀ ଓକିଲ ମନୋଜ କୁମାର ପାଢୀ, ଡମିନାଥ ସାହୁ, ଭୈରବୀ କୁମାର ପଟ୍ଟନାୟକଙ୍କ ସମେତ ଛତ୍ରପୁର ଆଖପାଖ ଅଂଚଳର ବହୁ ବୁଦ୍ଧିଜିବୀ ଏବଂ ସମସ୍ତ ବ୍ୟବସାୟୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ କ୍ରିଷ୍ଣା ଗୃଫ୍ ଅଫ୍ ବିଜିନେସ ୟୁନିଟ୍ ର ନୀଳମାଧବ ସେନାପତି,ସମରେନ୍ଦ୍ର ସେନାପତି, ବିଶ୍ୱନାଥ ସାହୁ, ରାଜେଶ ସାହୁ, କିଶୋର ଚନ୍ଦ୍ର ସେନାପତି, ୱାଣୀ ସେନାପତି ସମେତ ସମସ୍ତ ପରିବାର ବର୍ଗ ଏବଂ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ରହି ଗ୍ରାହକ ମାନଙ୍କୁ ଉତ୍ସାହିତ କରିଥିଲେ । ପୂର୍ବାହ୍ନରେ ବିଧାୟକ ଶ୍ରୀ ବେହେରା ପୂଜା କାର୍ଯ୍ୟରେ ଯୋଗଦେଇଥିଲେ ।