ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣ ଓ ପ୍ରତିବାଦ ସଭା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରର ଧାନ କିଣା ନୀତି ଓ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବାକୁ ନେଇ ବିଜୁ ଜନତା ଦଳର ଆହ୍ୱାନକ୍ରମେ ଗୁରୁବାର ନାଉଗାଁ ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ଅନୁପସ୍ଥିତିକୁ ନେଇ ଏବିଡିଓ ଦେବେନ୍ଦ୍ର ପ୍ରଧାନ ଓ ବରିଷ୍ଠ କିରାଣୀ ସିର୍ଦ୍ଧାଥ ଦାସ ସ୍ମାରକ ପତ୍ରକୁ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେଡି ଉପସଭାପତି ନଟବର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ଜାମୁଗାଁ ପଂଚାୟତ ବିଜେଡି ସଭାପତି ଅନୁପ ମହାନ୍ତି, ବରିଷ୍ଠ ବିଜେଡି ନେତା ଦିଲ୍ଲିପ ଲେଙ୍କା, ପ୍ରଭୁଚରଣ ଦାସ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଘୋଡାଂଶ ସମିିତି ସଭ୍ୟ ତରୁଣକାନ୍ତ ବାରିକ, ବ୍ଲକ ଉପସଭାପତି ମନ୍ମଥ ଓଝା, ଆତ୍ମା କମିଟି ଅଧ୍ୟକ୍ଷ ବସନ୍ତ ପାଢୀ, ବ୍ଲକ ଯୁବ ସଭାପତି ପ୍ରତ୍ୟୁଷ ପରିଡା, ଜିଲ୍ଲା ଛାତ୍ର ଉପସଭାପତି ଆଲୋକ ମହାନ୍ତି, ଅଲଣା ସରପଂଚ ଚନ୍ଦ୍ରମଣୀ ବେହେରା, ବିଜେଡି ବ୍ଲକ ସଂପାଦକ ପ୍ରକାଶ ଜେନା, ପୂର୍ବତନ ସରପଂଚ ଗୌରାଙ୍ଗ ସ୍ୱାଇଁ, ଯୁବନେତା ଶାଶ୍ୱତ ନାୟକ, ବ୍ଲକ ଯୁବ ସଂପାଦକ ତୁଷାର କୁଅଁର, କୋରୁଅ ପଂଚାୟତ ଯୁବ ସଭାପତି ସୁଶାନ୍ତ ପରିଡା, ଅଲଣା ଯୁବ ସଭାପତି ସଂଜୟ କୁମାର ନାୟକଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।