ନାଉଗାଁ ବ୍ଳକର ବିଭିନ୍ନ ଶିବ ମନ୍ଦିରରେ ଜାଗରଯାତ୍ରା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁ ବ୍ଲକର ବିଭିନ୍ନ ଶୈବପୀଠ ଯଥା ଗଙ୍ଗଦାର ମଉଳା ଭଣଜା, ତିହୁଡାର ଦକ୍ଷିଣେଶ୍ୱର, ଅବଦୁଲପୁରର ଅମରନାଥ ନାଉଗାଁର ସାଧୂଗୋସ୍ୱାମୀ, ରୋହିଆର ଭୋଳେଶ୍ୱର ମହାଦେବ, ଭଟଣାର ହରିହର, ଘୋଡାଂଶର ଘୋଡେଶ୍ୱର, କୁଣ୍ଡେଶ୍ୱର ତ୍ରିଲୋଚନେଶ୍ୱର, ସଠଳପୁରର ସିଦ୍ଧେଶ୍ୱର, ନନ୍ଦିଗ୍ରାମର ନନ୍ଦିକେଶ୍ୱର, ତିରୁଣାର ସୁବର୍ଣ୍ଣେଶ୍ୱର, ଖଇରାବସ୍ତର ଖଗେଶ୍ୱର ଚମ୍ପାମଣୀ, ଗୋପାଳପୁରର ସୁବର୍ଣ୍ଣ କଣ୍ଠମଣୀ, ଗଜରାଜପୁରର ତୁମ୍ବେଶ୍ୱର, ଗୋଠଦାର ଗୋଠେଶ୍ୱର, ତେଲସରାର ରାମେଶ୍ୱର, ଡାହାଣୀଖିଆର ବାବା ଜଟାଧାରୀ, ବଛାଳୋର ସିଦ୍ଧେଶ୍ୱର, ପୋକାମୂଳର ବିଶ୍ୱନାଥ, କୋରୁଅର ନିଳକଣ୍ଠେଶ୍ୱର, ଶାଳିଜଙ୍ଗାର ସିଦ୍ଧେଶ୍ୱର, ଗାରୋଇରେ ଗ୍ରାମେଶ୍ୱର ଆଦି ଶୈବପୀଠରେ ମହାଶିବରାତ୍ରୀ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଶୈବପୀଠ ଗୁଡିକୁ ରଙ୍ଗବେରଙ୍ଗର ପୁଷ୍ପମାଳାରେ ସଜ୍ଜିତ କରାଯାଇଥିବା ବେଳେ ଦେବାଳୟ ଗୁଡିକରେ ପ୍ରାତଃ ସମୟରୁ ଯଥାରୀତି ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ରାତି ୧୧ଟା ପରେ ଅଧିକାଂଶ ଶୈବ ପୀଠ ଗୁଡିକରେ ମହାଦୀପ ଉଠିଥିବା ବେଳେ ନନ୍ଦିକେଶ୍ୱରଙ୍କ ପୀଠରେ ରାତ୍ର ୪ଟାରେ ମହାଦୀପ ଉଠିଥିଲା । ମହାଦୀପ ଉଠିବା ସମୟରେ ଘଂଟଘଂଟା, ଶଙ୍ଖ, ହୁଳହୁଳି, ନାମ ସଂକୀର୍ତନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ