ନାକେଦମ କଲାଣି ପୋଷା ବିଲେଇ

ଛତ୍ରପୁର, (ଦେବଦତ୍ତ ମହାରଣା):ବିଲେଇ ପାଇଁ ହଟହଟା ସାହି ବାସିନ୍ଦା, ଶେଷରେ ପୋଷା ବିଲେଇ ପାଇଁ ମାଲିକ ବିରୁଦ୍ଧରେ ଥାନାରେ ଏତଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ୧୦ ନଂ ଓ୍ୱାର୍ଡ ଶଙ୍କର ମଠ ସାହି ପାଣି କଲୋନୀରେ ।ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛି । ଆଉ ବିଲେଇ ମାନେ ଏଣେ ତେଣେ ବୁଲା ବୁଲି କରିବା ସହ ଯେଉଠି ସେଇଠି ମଳମୁତ୍ର ତ୍ୟାଗ କରୁଛି । ଯାହା ଫଳରେ ସାହି ବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି । ଫଳରେ ପରିମଳ ବିପର୍ଯ୍ୟସ୍ତ ହେଉଥିବା ସାହିବାସିନ୍ଦାଙ୍କ ସଂପର୍କୀୟଙ୍କ ଘରକୁ ଆସିବାକୁ ଅନିଛା ପ୍ରକାଶ କରୁଛି ।ଏପରିକି ଅତ୍ୟଧିକ ଦୁର୍ଗନ୍ଧ ହେବା ଯୋଗୁଁ ଏହି ସାହିକୁ ପରିବା ବିକାଳି ମଧ୍ୟ ଆସୁନାହାଁନ୍ତି । ଏପରିକି ଦୁଇ ଦିନ ତଳେ ବିଲେଇ ଛୁଆ ମାରି ଦୁର୍ଗନ୍ଧ ମଧ୍ୟହେଉଥିଲା |ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ଓ୍ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ମହିଳା ମାନେ ଛତ୍ରପୁର ଥାନାର ଦ୍ୱାରସ୍ତ ହୋଇଛି । ପୂର୍ବରୁ ଘର ମାଲିକଙ୍କୁ ଏଠାରୁ ହଟେଇ ନେବା ପାଇଁ ଅବଗତ କରାଯାଇଥିଲେ ସୁଦ୍ଧା, ସେ କିଛି ଶୁଣୁନାହାଁନ୍ତି । ବରଂ ସାହିବାସିନ୍ଦାଙ୍କୁ ଗାଳିଗୁଲଜ କରୁଛନ୍ତି |ଏପରିକି ପୂର୍ବରୁ ଏନଏସି କାର୍ଯ୍ୟନିର୍ବ।ହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ କୌଣସି ସୁଫଳନମିଳିବାରୁ ୧୦ନଂ ଓ୍ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ସହ ଗଞ୍ଜାମ ଏସପି ଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲେ । ମହିଳା ଜଣକ ନିଜର ଦୁଇଟି ଘର ଥିବାରୁ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହିଛି । ସେ ରହୁଥିବା ଘରକୁ ନେବା ପାଇଁ ସାହି ବାସିନ୍ଦା କହିଲେ ସେମାନଙ୍କୁ ଗାଳି ଗୁଲଜ କରିଥିବା ମହିଳା ମାନେ ଏସପି ଙ୍କୁ କହିଥିଲେ | ପରେ ଏହି ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ୧୪୦/୨୩ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଜାରି ରଖିଛି । ଏନେଇ ଖୁବ ଶୀଘ୍ର ପ୍ରାଣୀ ଚିକିତ୍ସା ବିଭାଗ ଓ ପୋଲିସ ସହଯୋଗରେ ଚଢ଼ାଉ କରାଯାଇ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି l ଅନ୍ୟପଟେ ବିଲେଇ ରଖିଲେ ବିଲେଇର ଯତ୍ନ ନେବା ପାଇଁ ୨୪ ଘଣ୍ଟିଆ କେର ଟେକର ରହିବା ଆବଶ୍ୟକ ଓ ତାକୁ ଭେକସିନ ଦେବା ସହିତ ଅନୁସାଙ୍ଗିକ ବ୍ୟବସ୍ଥା କରିବା ଆବଶ୍ୟକ ନଚେତ ବିଲେଇ ରଖିପାରିବେ ନାହିଁ ବୋଲି ଛତ୍ରପୁର ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡ଼ା. ପତିତପାବନ ରଥ କହିଛନ୍ତି l ଏନେଇ ଏକ ଏନଜିଓ ଟିମ ଆସି ସାହିବାସିନ୍ଦା ଓ ବିଲେଇ ରଖିଥିବା ଘର ମାଲିକଙ୍କୁ ନେଇ ଆପୋଷ ବୁଝାମଣା କରିଥିବା ବେଳେ ଏହାର କୌଣସି ସମାଧାନର ବାଟ ଫିଟିପାରିନାହିଁ l ବିଲେଇ ରହୁଥିବା ଘରେ କେହି ରହୁନଥିବା ବେଳେ ବିଲେଇ ରଖିଥିବା ମାଲିକ ଅନ୍ୟ ଘରେ ରହୁଥିବାରୁ ବିଲେଇ ର ଉପଯୁକ୍ତ ଯତ୍ନ ନିଆଯାଉନି l ଯାହା ଫଳରେ ଅତ୍ୟଧିକ ଦୁର୍ଗନ୍ଧ ହେବାରୁ ସାହି ବାସିନ୍ଦା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ