ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମଡିଆରେ ଛାଡ଼ି ପ୍ରେମିକ ଗିରଫ
ନୂଆଗଡ଼, (ମୋହନା ଅଂଶୁମାନ ପଣ୍ଡା):ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମଡିଆରେ ଛାଡ଼ି ପ୍ରେମିକ ଗିରଫ। ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଖଜୁରୀପଦା ଫାଣ୍ଡି ଅଧୀନ କେ.ଝାଲରସିଂ ଗ୍ରାମର ସିଣ୍ଟୁ ମିଶାଲ ନାମକ ଯୁବକକୁ ପ୍ରେମିକାର ଅଶ୍ଳୀଳ ଭିଡିଓ ସୋସିଆଲ ମଡିଆରେ ଛାଡ଼ି ଥିବାରୁ ଗିରଫ କରିଛି ପୋଲିସ। ସୂଚନା ମୁତାବକ ପ୍ରେମିକା ଜଣକ ନୂଆଗଡ଼ ଗ୍ରାମର ଏଷ୍ଟର ରାଣୀ ଗାଣ୍ଟା ଖଜୁରୀପଦା ସ୍ଥିତ ବାବା ସାହେବ୍ , ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ପ୍ରଥମ ବର୍ଷ ର ଛାତ୍ରୀ। ଗତ ଦୁଇ ବର୍ଷ ହେଲା ସିଣ୍ଟୁଙ୍କ ସହିତ ସମ୍ପର୍କ ରଖି ଫୋନ ଯୋଗେ କଥାବାର୍ତ୍ତା କରୁଥିବା ବେଳେ ସିଣ୍ଟୁ ମିଶାଲ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପ୍ରେମିକାର ଉଲଗ୍ନ ଭିଡିଓ କରି ପଠାଇବାକୁ କହିଥିଲେ ଏବଂ ପ୍ରେମିକା ଜଣକ ସିଣ୍ଟୁଙ୍କୁ ବିଶ୍ୱାସ କରି ଉଲଗ୍ନ ଭିଡିଓ ପଠାଇ ଥିଲେ। ଝିଅର ବାପା ମାଁ ଝିଅକୁ ଅନ୍ୟତ୍ର ବିବାହ ଦେବାପାଇଁ କଥା ପଡ଼ିବାରୁ ଏକଥା ଶୁଣି ପ୍ରେମିକା ଉପରେ ରାଗିଯାଇ ସିଣ୍ଟୁ ଧମକ ଦେଇକହିଲେ ମୋତେ ବାହା ନହେଲେ ତୁମେ ପଠେଇଥିବା ଭିଡିଓ ଟି ଭାଇରାଲ୍ କରିଦେବି କହି ଚଳିତ ମାସ ୩ତାରିଖରେ ନୂଆଗଡ ଗ୍ରାମର ରେଜିନା ନାମକ ଜଣେ ଝିଅ ପାଖକୁ ସେହି ଉଲଗ୍ନ ଭିଡିଓ ଟି ସେୟାର କରିଥିଲା। ପରବର୍ତ୍ତୀ ସମୟରେ ରେଜୀନା ସିଂ ମୋ ପାଖକୁ ଆସି ସିଣ୍ଟୁ ଙ୍କୁ ବାହା ନହେଲେ ଉଲଗ୍ନ ଭିଡିଓ ଭେୟରାଲ କରିଦେବାକୁ ଧମକ ଦେଇଥିଲେ। କିନ୍ତୁ ମୁଁ ପରେ ଶୁଣିବାକୁ ପାଇଲିଯେ ମୋର ଉଲଗ୍ନ ଭିଡିଓ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ତେଣୁ ପ୍ରେମିକା ଜଣକ ଥାନାରେ ଏଭଳି ଲିଖିତ ଅଭିଯୋଗ କରିଛନ୍ତି। ପ୍ରେମିକାର ଲିଖିତ ଅଭିଯୋଗ ପ୍ରକାରେ ଖଜୁରୀ ପଦା ଫାଣ୍ଡି ଅଧିକାରୀ ଗଜପତି ଦୋରାଙ୍କ ନେତୃତ୍ବରେଏକ ଦଳ ପ୍ରେମିକ ସିଣ୍ଟୁ ଙ୍କୁ ଗିରଫ କରି କେସ ନମ୍ବର ୧୫/୨୩ ଅନୁଯାୟୀ ଦଫା ୧୮୬୦, ୨୯୨(ଏ),୫୦୬,୩୪ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଏବଂ ରେଜୀନା ସିଂ ଫେରାର ଥିବା ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।


