ଯୌତୁକ ନିର୍ଯ୍ୟାତନା ଅଭିଯୋଗ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବାରିକ ସାହି ର ଲିଲିମା ନାୟକ ଙ୍କୁ ତାଙ୍କ ସ୍ଵାମୀ ସନ୍ତୋଷ ନାୟକ ଓ ପରିବାର ଲୋକେ ଯୌତୁକ ନିର୍ଯାତନା ଦେବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।ସନ୍ତୋଷ ଅନ୍ୟ ଏକ ସ୍ତ୍ରୀ ଙ୍କୁ ବିବାହ କରିଥିବା ନେଇ ଲିଲିମା ପ୍ରତିବାଦ କରିବାରୁ ତାଙ୍କୁ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ଆକ୍ରମଣ କରିଛନ୍ତି। ଲିଲିମା ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା ମାମଲା ନଂ.୭୮/୨୩ ଦଫା – ୪୯୮(କ)/୪୯୪/୩୨୩/୫୦୬/୩୪ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଥାନା ଏସ.ଆଇ ସ୍ଵର୍ଣ୍ଣଲତା ପାତ୍ର ମାମଲାର ତଦନ୍ତ ଚଳାଇଛନ୍ତି।ଗିରଫ ଭୟରେ ଅଭିଯୁକ୍ତ ସନ୍ତୋଷ ଏବଂ ତାଙ୍କ ପରିବାର ଲୋକେ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ