ବାଲିଗୁଡାକୁ ଜିଲ୍ଲା ଦାବୀ ନେଇ ବିଧାୟକଙ୍କ ବିଧାନସଭାରେ ପ୍ରଶ୍ନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ନିର୍ବାଚନ ମଣ୍ଡଳୀର ବିଧାୟକ ଚକ୍ରମଣି କହଁର ବାଲିଗୁଡାକୁ ଜିଲ୍ଲା ଦାବୀ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀଙ୍କୁ । ବିଧାୟକ ତା ୨୩/୦୨/୨୩ରିଖରେ ବାଲିଗୁଡାକୁ ଜିଲ୍ଲା ମାନ୍ୟତା -ବିଧାନସଭାର ୟୁଡିଏକ୍ୟୁ୨୨୧ –ରାଜସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନାମନ୍ତ୍ରୀ ଅନୁଗ୍ରହକରି କହିବେକି , ବାଲିଗୁଡା ୯ଗୋଟି ବ୍ଲକକୁ ନେଇ ଉପଜିଲ୍ଲା ହୋଇଛି, ଏଣୁ ବାଲିଗୁଡାକୁ ଜିଲ୍ଲାର ମାନ୍ୟତା ସରକାର ଦେବା ପାଇଁ ଚିନ୍ତା କରିଛନ୍ତିକି ?ଯଦୀ ନା କାରଣ କଣ ଯଦୀ ହଁ କେବେସୁଦ୍ଧା ମାନ୍ୟତା ମିଳିବ ଉତ୍ତର ଦେବେ କି ? ଏହି ପ୍ରଶ୍ନର ପ୍ରତି ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଳିକ କହିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନକୁ ନୁତନ ଜିଲ୍ଲାର ମାନ୍ୟତା ଦେବା ପାଇଁ ଆସିଥିବା ଦାବି ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଅଛି । ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନିତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୁତନ ଜିଲ୍ଲାପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।ବିଧାୟକଙ୍କ ଜିଲ୍ଲା ଦାବୀ ନେଇ ଦାବିକୁ ନେଇ ମିଳିତ ମଂଚ ତଥା ବାଲିଗଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସଂଗଠନ ଓ ଅଂଚଳବାସୀ ଆଲୋଚନା ବିଷୟ ହେବା ସହ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି ।


