ଆଦିତ୍ୟ ଆଲୁମିନା ହିଣ୍ଡାଲ୍‌କୋ ଶିଳ୍ପ କ୍ରିୟାନୁଷ୍ଠାନ କମିଟି ସହ ବିଜେଡ଼ି ସାଂଗଠନିକ ସମ୍ପାଦକଙ୍କ ଆଲୋଚନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରସ୍ତାବିତ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ସହିତ ଶିଳ୍ପ ପ୍ରତିଷ୍ଠା ପାଇଁ ଗୁରୁବାର ଦିନ କଂସାରୀଗୁଡ଼ାଠାରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ମାନ୍ୟବର ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା ହୋଇଛି । କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀ ଦୌଲ ଚୌଧୁରୀ ଏବଂ ସମ୍ପାଦକ ନିରାକାର ବାଗଙ୍କ ନେତୃତ୍ୱରେ ଶତାଧିକ ବାସହରା, ଜମିହରା ଗ୍ରାମବାସୀମାନେ ଖୁବ୍ ଶୀଘ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଶ୍ରୀ ଦାସଙ୍କ ସରକାରୀ ବାସଭବନରେ ଆଲୋଚନାରେ ଭାଗ ନେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଦୀର୍ଘ ୧୭ ବର୍ଷ ଧରି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ଟିକିରି ପଞ୍ଚାୟତରୁ ଏବଂ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଓଡ଼ିଆପେଣ୍ଠ ପଞ୍ଚାୟତର କଂସାରୀଗୁଡ଼ାଠାରେ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କ ଠାରୁ ଖୁବ୍ କମ୍ ମୂଲ୍ୟରେ ଜମି କିଣିଥିଲେ । କିନ୍ତୁ ଦୀର୍ଘ ୧୭ ବର୍ଷ ହେଲା ଶିଳ୍ପ ପ୍ରତିଷ୍ଠା ନହେବାରୁ ଜମିହରା ଏବଂ ବାସହରା ଗ୍ରାମବାସୀମାନେ ସେମାନଙ୍କ ଜମି ଦେବାର ଉଦ୍ଦେଶ୍ୟ ପୂରଣ ହୋଇପାରିଲା ନାହିଁ ଏବଂ ଗ୍ରାମବାସୀମାନେ ନିଜ ପିଲାଙ୍କ ଭବିଷ୍ୟତ, କମ୍ପାନୀରେ ନିଯୁକ୍ତି ଆଶାରେ ସ୍ୱଳ୍ପ ମୂଲ୍ୟରେ ଆଦିତ୍ୟ ଆଲୁମିନାକୁ ଜମି ଯୋଗାଇ ଦେଇଥିଲେ । ଅନ୍ୟ ପକ୍ଷରେ ସରକାର ଆମ ସହିତ ବକ୍ସାଇଟି ଖଣି ଦେବା ପାଇଁ ଚୁକ୍ତିନାମା କଲେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ବିସ୍ଥାପିତ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିସ୍ଥାପିତ ଜମିହରା, ବାସହରା ଗ୍ରାମବାସୀମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଖୁବ୍ ଶୀଘ୍ର ସରକାର କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଚୁକ୍ତି କରନ୍ତୁ ବୋଲି ଦାବି କରିବା ସହ ଦାବି ପୂରଣ ଏବଂ ସମସ୍ୟାର ସମାଧାନ ପାଇଁ ବିଜେଡ଼ି ସାଂଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆସନ୍ତା ସୋମବାର ଦିନ ମୁଖ୍ୟ ଶାସନ ସଚିବ, ଖଣି ସଚିବ, ଶିଳ୍ପ ସଚିବ ଏବଂ ଶିଳ୍ପମନ୍ତ୍ରୀଙ୍କ ସହ ବିସ୍ଥାପିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏକାଠି ବସି ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଦାସ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆଲୋଚନା ସମୟରେ ଅନ୍ୟମାନଙ୍କ ମଧ୍ୟରେ ପୁରଷୋତ୍ତମ ଜାନି, ରାଜେନ୍ଦ୍ର ଦୁରୁଆ, ସଞ୍ଜୀବ ବାଗ, ପାଇକୁ ଦୋରା, ସଦନ ମାଝୀ, ଶ୍ରୀନା ମାଝୀ, ପଦ୍ମ ଝୋଡ଼ିଆ, କର୍ଣ୍ଣ ମୁଲାଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ