ଓଡ଼ିଶାବାସୀଙ୍କୁ ବିନାଶ ଓ ବରବାଦ କରି ବିଜେଡ଼ିକୁ କ୍ଷମତାସୀନ କରିବାକୁ ନବୀନ ପଟ୍ଟନାୟକଙ୍କ ହୀନ ଉଦ୍ୟମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ବଜେଟ ୨୦୨୩-୨୪ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କୁ ବିନାଶ ଓ ବରବାଦ କରି ବିଜୁ ଜନତା ଦଳକୁ କ୍ଷମତାସୀନ କରିବାକୁ ନବୀନ ପଟ୍ଟନାୟକଙ୍କ ୨୪ତମ ଉଦ୍ୟମ ବୋଲି ଇଣ୍ଡିଆନ ସିଟିଜେନ୍ସ ପାର୍ଟି ସଭାପତି ରମେଶ ରାଉତ ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି । ଗରିବ, ମଧ୍ୟବିତ୍ତ, ବେରୋଜଗାରୀ, କୃଷକ, ଶ୍ରମିକ, ସରକାରୀ କର୍ମଚାରୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବରିଷ୍ଠ ନାଗିରକ, ଛାତ୍ରଛାତ୍ରୀ, ଯୁବକ ଯୁବତୀ, ଲୋକ ପ୍ରତିନିଧି, ମହିଳା, ଗୃହିଣୀ, ଦଳିତ, ଆଦିବାସୀ, ପଛୁଆବର୍ଗ, ସାମ୍ବାଦିକ, ଓକିଲ, ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଭିନ୍ନକ୍ଷମ, ପ୍ରବାସୀ ଓଡ଼ିଆ, ପୂର୍ବତନ ସୈନିକ କାହାରି ଉନ୍ନତି ବା ବିକାଶ ପାଇଁ ଓଡ଼ିଶା ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇ ନାହିଁ । କେବଳ ମିଶନଶକ୍ତି ମହିଳାଙ୍କୁ ବିଦ୍ୟୁତ୍ ଚାଳିତ ସ୍କୁଟି ଦେଇ ବିଜୁ ଜନତା ଦଳର ନିର୍ବାଚନ ପ୍ରଚାର କରିବା ପାଇଁ ଓଡ଼ିଶାବାସୀଙ୍କର ଅର୍ଥ ବରବାଦ ଏବଂ ଏହାର ପରିଣାମ ଭୟଙ୍କର ହେବ ବୋଲି ଶ୍ରୀ ରାଉତ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ସତର୍କ କରି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ