ବାଲେଶ୍ୱର ଆଇଟି ଆସୋସିଏସନର ଦ୍ୱାଦଶ କ୍ରିକେଟ ମିଟ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଆଇଟି ଆସୋସିଏସନର ଦ୍ୱାଦଶ କ୍ରିକେଟ ମିଟ ସ୍ଥାନୀୟ ଜିଲ୍ଲା ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଆଇଟି ଆସୋସିଏସନ ସଭାପତି ଅଶ୍ୱିନୀ ଦାସ ଏହି ଟୁର୍ଣ୍ଣାମେଂଟକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ସଦସ୍ୟ ଓ ପ୍ରାୟୋଜକ ମାନଙ୍କ ସହଯୋଗକୁ ଭୂୟସୀ ପ୍ରଶଂସା କରିଥିଲେ । କମ୍ପ୍ୟୁଟର ଜ୍ଞାନକୌଶଳ ସହ ଜଡିତ ସମସ୍ତ ବ୍ୟବସାୟୀ ଓ ସେମାନଙ୍କ କର୍ମଚାରୀମାନେ କାର୍ଯ୍ୟବ୍ୟସ୍ତତାରୁ ସମୟ କାଢି ପରସ୍ପର ମ୍ମରେ ସୌହାଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ଓ ବନ୍ଧୁତା ବୃଦ୍ଧି କରିବାରେ ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ବାଲେଶ୍ୱରର ସମସ୍ତ କମ୍ପ୍ୟୁଟର ଡିଲର ଓ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ ଜେବ୍ରୋନିକ୍ସ, ମାଇକ୍ରୋଟ୍ରେକ, ଦାହୁଆ ଓ ପ୍ରୋଟୋନିକ୍ସ ପ୍ରଭୃତି ଚାରି ଗୋଟି ଟିମ ଗଠିତ ହୋଇଥିଲା । ୧୦ ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ ଦାହୁଆ ଓ ମାଇକ୍ରୋଟେକ୍ ମ୍ମରେ ଅନୁଷ୍ଠିତ ହୋଇଥଲା । ଶେଷରେ ମାଇକ୍ରୋଟେକ୍ ଟିମ ବିଜୟୀ ଘୋଷିତ ହୋଇଥିଲା । ‘ାଇନାଲ ମ୍ୟାଚ ପରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଆଇଟି ଆସୋସିଏସନ ଅ‘ ଓଡିଶାର ସଭାପତି ଅବିନାଶ ପଟ୍ଟନାୟକ, ଉପସଭାପତି ରଞ୍ଜିତ ପଣ୍ଡା ଓ କାର୍ଯ୍ୟକାରୀ ସଦସ୍ୟ ରାଜେଶ ମହାପାତ୍ର ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଅତିଥିମାନେ ବିଜୟୀ ଦଳ ଓ ରନର୍ସ-ଅପ ଦଳକୁ ଟ୍ର‘ି, ମ୍ୟାନ ଅ‘ ଦି ସିରିଜ, ମ୍ୟାନ ଅ‘ ଚି ମ୍ୟାଚ, ବେଷ୍ଟ ବ୍ୟାଟ୍ସ ମ୍ୟାନ, ବେଷ୍ଟ ବୋଲର ଓ ସମସ୍ତ ଖେଳାଳଙ୍କୁ ମୋମେଂଟୋ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ନିର୍ମାତା କମ୍ପାନୀମାନଙ୍କର ପ୍ରତିନିଧିମାନେ ଯୋଗଦେଇଥିଲେ ଓ ସଂଗ୍ରାମ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଆସୋସିଏସନ ର ସଦସ୍ୟ ବିପ୍ଲବ ଦାସ, ସାଗର ରାଉତ, ଜୀବନ ଦତ୍ତ,ସକିଲ ଅହମ୍ମଦ, ଦିନେଶ୍ୱ ଖଣ୍ଡେଲବଲ, ଲୋକନାଥ ଉପା୍ମାୟ, ଲିଙ୍ଗରାଜ ସାହୁ, ଜିତେନ୍ଦୁ ନାୟକ ସୂର୍ଯ୍ୟ କୁମାର ପଣ୍ଡା, ଅମିତାଭ ଦାସ , ସୂର୍ଯେନ୍ଦୁ ମହାନ୍ତି, ସମଦ୍ୱେ ରାଉତ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ଓ ଶେଷରେ ସେକ୍ରେଟାରୀ ରାଜକିଶୋର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।