କେନାଲ ନିକଟରୁ ବେଆଇନ ମାଟି ଉତ୍ତୋଳନକୁ ଗ୍ରାମବାସୀଙ୍କ ବିରୋଧ
ହାଟଡିହିି, (ବିକାଶ ବିଶ୍ୱାଳ):ଆନନ୍ଦପୁର ବୈତରଣୀ ବ୍ୟାଜେ ଡିଭିଜନ ପକ୍ଷରୁ ବୈତରଣୀ ନଦୀ ସଂଯୋଗୀ କରଣ ଯୋଜନାରେ ନିର୍ମାଣ କରାଯାଉଥିବା କେନାଲ ନିକଟରୁ ବୋଆଇନ ଭାବେ ଠିକାଦାର ମାଟି ଉଠାଇ ଅନ୍ୟ ଏକ କେନାଲ ସଦୃଶ ଖାତ ଖୋଳିଦେବା ଘଟଣାକୁ ନେଇ ଗ୍ରାମବାସୀମାନେ ବିରୋଧ କରିବା ସହିତ ତୁରନ୍ତ ଏହି ଖାଲକୁ ତୁରନ୍ତ ପୋତିବା ପାଇଁ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଯେ ବୈତରଣୀ ବ୍ୟାରେଜ ପ୍ରକଳ୍ପରେ ନିର୍ମାଣ କରାଯାଉଥିବା ବମପାଶ୍ୱର୍ କେନାଲ ନିର୍ମାଣ ବେଳେ ମଠଡାହି ନିକଟରେ ଠିକାଦାର କେନାଲ ପାଶ୍ୱର୍ରୁ ଏକ ବିରାଟ ଖାତଖୋଳି ମାଟିସବୁକୁ ଉଠାଇ ନେଇଥିଲା । ପାଖାପାଖି ଆଠଶହ ମିଟର ଲମ୍ବ ଓ ୩୦ମିଟର ଚଉଡାରୁ ୧୦ଫୁଟରୁ ଉର୍ଦ୍ଧ ଖାତଖୋଳି ମାଟିସବୁକୁ ନେଇ ଯିବାପରେ ଏହା ଭିନ୍ନ ଏକ କେନାଲ ସଦୃଶ ହୋଇଯାଇଥିଲା । ଏହାକୁ ମଠ, କପୁଣ୍ଡି, କୁଣ୍ଡିସାହି, ଖାଣ୍ଟପଦା ଆଦି ଗ୍ରାମର ଲୋକମାନେ ବିରୋଧ କରିଥିଲେ । ଏହିସବୁ ଗ୍ରାମର ଶହଶହ ଗୋରୁଗାଈ ଚଳାଚଳ କରୁଥିବାବେଳେ ଏହି ଖାତରେ ପଡି ଗୋରୁଗାଈଙ୍କ ଜୀବନ ଯିବାର ଆଶଙ୍କା ଥିବାରୁ ଗ୍ରାମବାସୀମାନେ ଏହାକୁ ବିରୋଧ କରି ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ବିଭାଗୀୟ ୍ରଧିକାରୀମାନେ ତୁରନ୍ତ ଏହି ଖାତକୁ ପୋତିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେବି ଠିକାଦାର ଏହି ନିର୍ଦ୍ଦେଶକୁ ପାଳନ କରୁନଥିବା ଗ୍ରାମର ବିକାଶ ନାୟକ, ମଣି ଚରଣ ଜେନା, ରାମଚନ୍ଦ୍ର ବେହେରା, ନିତ୍ୟାନନ୍ଦ ମଲ୍ଲିକ, ହାଡିବନ୍ଧୁ ଭୁୟାଁ, ବାପୁନୁ ମହଲା, ଗୌରାଙ୍ଗ ଭୁୟାଁ, ଚକ୍ରଧର ବେହେରା, ରବିନ୍ଦ୍ର କୁଅଁର ପ୍ରମୁଖ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ କେନାଲ ନିକଟରେ ଏପରି ବେଆଇନ ଭାବେ ମାଟି ଉତ୍ତୋଳନ କରି କୋନଲ ସଦୃଶ ୧୦ଫୁଟ ଗଭୀରର ମାଟି ଖୋଳିନେବାର ନିୟମ ନଥିବାବେଳେ ଠିକାଦାର ମନଇଛା ଏହି ଖାତ ଖୋଳି ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି । ଏପରିକି ଲୋକମାନେ ସେମାନଙ୍କ ଚାଷଜମିକୁ ଯିବା ଆସିବାରେ ମଧ୍ୟ ବିପଦ ସୃଷ୍ଟି ହୋଇଛି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


