ବୁଗୁଡା ସହଭାଗିତା ଉତ୍ସବରେ ୨୭ ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆଜି ଭିଡିଓ କନଫ୍ରେନ୍ସ ଜରୀଆରେ ଉଦଘାଟନ ଉତ୍ସବ ଓ ଗୋଷ୍ଠୀ ସହଭାଗିତା ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମଗ୍ର ରାଜ୍ୟରେ ଭିଡ଼ିଓ କନଫ୍ରେନ୍ସ ମାଧ୍ୟମରେ ସାଇକେଲ ବିତରଣ କାର୍ଯ୍ୟକ୍ରମ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କଲ୍ୟାଣ ମଣ୍ଡପରେ ମଧ୍ୟ ଏହା ଅନୁଷ୍ଠିତ ହୋଇଥିଲା। ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ଯନିର୍ବାହି ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜ୍ଞାପିତ ଅଞ୍ଚଳରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୭ ଜଣ ହିତାଧିକାରୀଙ୍କୁ ସାଇକେଲ ବଣ୍ଟନ କରିଥିଲେ। ଏଥିସହ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ନେଇ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ଯକ୍ଷା ଗୀତାଞ୍ଜଳି ପାଢ଼ୀ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ,କାଉନସିଲର ପୂଜାରାଣୀ ପାଣିଗ୍ରାହୀ, ବିନୋଦିନୀ ନାୟକ, ଟିକିନା ସେଠୀ, ପିଙ୍କି ନାହାକ, ଭାଗ୍ଯଲତା ମହାନ୍ତି,ଆଶୁତୋଷ ବଢେଇଙ୍କ ସମେତ ଅନ୍ୟ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ। ଏନେସିର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ