ମିଶନ୍ ଶକ୍ତି ମହିଳାଙ୍କୁ ସାଇକେଲ୍ ବଣ୍ଟନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଆଜି ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ସହଭାଗୀତାର ଉତ୍ସବ ପାଳିତ ହୋଇଯାଇଛି I ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନଫେରେସିଂଗ୍ ମାଧ୍ୟମରେ ମିଶନ୍ ଶକ୍ତି ମାଆ ମାନଙ୍କୁ ସାଇକେଲ୍ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା I କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସହରାଞ୍ଚଳ ପରିମଳ କ୍ଷେତ୍ରରେ କାର୍ଯ୍ୟ କରୁ୍ଥିବା ମହିଳା ଏବଂ ଜଳ ସାଥୀ ମାନଙ୍କୁ ସାଇକେଲ୍ ବଣ୍ଟନ କରାଯାଇଥିଲା I ଆଜିର କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ଉପାଧ୍ୟକ୍ଷା ଟି.ବବିତା କୁମାରୀ, କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ର,କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନାଙ୍କ ସମେତ ସମସ୍ତ କାଉନସିଲର୍ ଊପସ୍ଥିତ ଥିଲେ I ଏହି ଅବସରରେ ନଗରପାଳ ଶ୍ରୀ ସେଠୀ ସି ଏଣ୍ଡ୍ ଡି ପ୍ରୋସେସିଂ ପ୍ଲାଣ୍ଟ୍ ର ଶୁଭାରମ୍ଭ କରିଥିଲେ I ସହର ମିଶନ୍ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ