ବିଜେପି କର୍ମୀଙ୍କ ଉପରେ ପୋଲିସ୍ ର ଆକ୍ରମଣ ପ୍ରତିବାଦରେ ଥାନାରେ ବିଜେପି ପକ୍ଷରୁ ଅଭିଯୋଗ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ଫେବ୍ରୁୟାରୀ ୨୮ ତାରିଖରେ ବିଜେପି ଯୁବ ମୋର୍ଚା ପକ୍ଷରୁ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁ୍ଥିବା ସମୟରେ ସେମାନଙ୍କ ଉପରେ ପୋଲିସ୍ ବାହିନୀ ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଥିବା ଅଭିଯୋଗ କରି ବିଜେପି କର୍ମୀମାନେ ସାରା ରାଜ୍ୟର ସମସ୍ତ ଥାନାରେ ଏତାଲା ଦାୟର କରିଛନ୍ତି I ଏହି ଅବସରରେ ସୋରଡ଼ା ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ମଧ୍ୟ ଥାନାରେ ଏତାଲା ପ୍ରଦାନ କରାଯାଇଛି I ଆଜି ଗାଙ୍ଗପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରାର୍ଥୀ ଅନୀତା ଶୁଭ ଦର୍ଶୀନୀ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଅନୀଲ୍ କୁମାର ପଣ୍ଡା, ଅରୁଣ କୁମାର ପଣ୍ଡା,ରଞ୍ଜନ ପୋଲାଇ,ଶିଶିର ମିଶ୍ର, ରାଜ୍ୟ ସଂଯୋଜକ ବିରଞ୍ଚି ନାରାୟଣ ତ୍ରିପାଠି,ଘୁମୁସର ଜିଲ୍ଳା ସାଂଗଠନିକ ସଭାପତି ଗୋକୁଳାନନ୍ଦ ମଲ୍ଲିକ, ସାଧାରଣ ସମ୍ପାଦକ ନାରାୟଣ ବେହେରା,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ପ୍ରମୁଖ ଯୋଗ ଦେଇ ପୋଲିସ୍ ର କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିଥିଲେ I ସମସ୍ତ ନେତୃବୃନ୍ଦଙ୍କ ସମେତ ଶତାଧିକ କର୍ମୀ ଗାଙ୍ଗପୁର ଅଧିକାରୀଙ୍କୁ ଭୂବନେଶ୍ଵର ଡ଼ିସିପି ବିରୁଦ୍ଧରେ ଏତାଲା ପତ୍ର ପ୍ରଦାନ କରିଥିଲେ I


