ବାଉଁଶଲୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଉଁଶଲୁଣ୍ଡି ସ୍ଥିତ ବିଜୁ ସ୍ମୃତି ସଂସଦ ପକ୍ଷରୁ ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ପୌତରହିତ୍ୟରେ ଅନୁଷ୍ଠିତ ବୈଠକରେ ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ନଗର ବିଜେଡି ସଭାପତି ରାଜେନ୍ଦ୍ର ବିଷୋୟୀ,ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା,ଜିଲ୍ଲା ଉପସଭାପତି ରାଜ କୁମାର ସାହୁ,ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଦିବାକର ନାୟକ ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ରହିଥିାଲେ। ସରପଞ୍ଚ ରଞ୍ଜିତ ଆରୁଖ,କାହ୍ନୁ ଚରଣ ପ୍ରଧାନ,ସୁମିତ୍ରା ଗୌଡଙ୍କ ସମେତ ବହୁ ଜନପ୍ରତିନିଧି ଅତିଥି ଭାବେ ଯୋଗ ଦେଇଥିଲେ। ଆଜି ସକାଳ ସମୟରେ ସ୍ଥାନୀୟ ଥାନା ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଓ ବିଜୁ ସ୍ମୃତି ସଂସଦ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଗହଣରେ ପୁଷ୍ପମଲ୍ୟାର୍ପଣ ଅର୍ପଣ କରାଯାଇଥିଲା। ଏଥିରେ ନବ ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟ,ସରପଞ୍ଚ ଓ ସମିତିସଭ୍ୟ,କାଉନସିଲରଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।


