ବନ୍ତ ବ୍ଲକରେ ମାଟ୍ରିକ୍ ପରୀକ୍ଷା ଦେଲେ ୨୧୦୯ ପରୀକ୍ଷାର୍ଥୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ଓଡିଶା ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଠାରୁ ମାଟ୍ରିକ୍ ସମେଟିଭ-୨ ପରୀକ୍ଷା ଆରମ୍ଭ ହୋଇଛି । ଏପରିପେକ୍ଷୀରେ ବନ୍ତ ବ୍ଲକର ବନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଗରପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୨ଟି ନୋଡାଲ କେନ୍ଦ୍ର ଅଧିନରେ ୨୧୦୯ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ୬୫ ଅନୁପସ୍ଥିତ ଏବଂ ମଧ୍ୟମାରେ ୭୮ ଜଣ ପରୀକ୍ଷା ଦେଇଥିବା ବେଳେ ୧୪ ଜଣ ଅନୁପସ୍ଥିତ ଥିବା ଜଣାଯାଇଛି । ବନ୍ତ ନୋଡାଲ ସେଣ୍ଟ ଅଧିନରେ କେନ୍ଦୁଆପଦା ସରକାରୀ ହାଇସ୍କୁଲ, ଗୋବିନ୍ଦପୁରସ୍ଥିତ ଜି.ପି.ପି.ଏସ୍ ହାଇସ୍କୁଲ, ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାଳୟ, ଦୋଳପଦୀସ୍ଥିତ ଆନନ୍ଦରାମ ପାଟୋଡିଆ ଉଚ୍ଚ ବିଦ୍ୟାଳୟ, ଟିଲୋ ସରକାରୀ ହାଇସ୍କୁଲ, ବନ୍ତ ହାଇସ୍କୁଲ, ଗଣିଜାଙ୍ଗସ୍ଥିତ ନେହେରୁ ଉଚ୍ଚ ବିଦ୍ୟାପୀଠ ରହିଛି । ସେହିପରି ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ ନୋଡାଲ କେନ୍ଦ୍ର ଅଧିନରେ ଆଗରପଡାସ୍ଥିତ କୃଷ୍ଣ ଚରଣ ବିଦ୍ୟା ମନ୍ଦିର, ଆଗରପଡାସ୍ଥିତ ସରକାରୀ ବାଳିକା ହାଇସ୍କୁଲ, ଅଣିଜୋସ୍ଥିତ ସିନ୍ଧୁକେଶ୍ୱର ସରକାରୀ ହାଇସ୍କୁଲ, ଅଢାଳପଙ୍କସ୍ଥିତ କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, କାଦବରାଙ୍ଗ ହାଇସ୍କୁଲ, ସରମରାସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ରହିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଶାନ୍ତିଶୃଂଖଳାର ସହ ପରୀକ୍ଷା ହୋଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ