ନସିରିପୁର ଛକରୁ ଟ୍ରାକ୍ଟର ଚୋରୀ, ସିସିଟିଭିରେ କଏଦ ହେଲା ଚୋରୀର ଦୃଶ୍ୟ

ହାଟଡିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଧିନସ୍ଥ ନସିରିପୁର ଛକରୁ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଚୋରୀ ହୋଇଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ନସିରିପୁର ଛକରେ ଥିବା ଷଡଙ୍ଗ ଗ୍ରାମର ଗୋବିନ୍ଦ ବେହେରାଙ୍କ ମହାବୀର ଟ୍ରେଡର୍ସ ଦୋକାନ ସମ୍ମୁଖରେ ସବୁଦିନ ପରି ଗତକାଲି ଦୁଇଟି ଟ୍ରାକ୍ଟର ରଖାଯାଇଥିଲା । ଗତକାଲି ରାତି ଗୋଟାଏ ବେଳେ ଜଣେ ଦୁର୍ବୁତ ଦୁଇଟି ଟ୍ରାକ୍ଟର ମଧ୍ୟରୁ ଓଡି୨୨ଇ୬୧୩୪ ନମ୍ବର ବିଶିଷ୍ଟ ଟ୍ରାକ୍ଟ୍ଟରକୁ ଚୋରି କରିନେଇଥିଲା । ଆଜି ସକାଳୁ ଗୋବିନ୍ଦଙ୍କ ପୁଅ ଦୋକାନକୁ ଆସିବାପରେ ଟ୍ରାକ୍ଟର ନଥିବା ଜାଣିବାକୁ ପାଇବାପରେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଦେଖିବାପରେ ଟ୍ରାକ୍ଟର ଚୋରୀ ସମ୍ପର୍କରେ ଜାଣିବାକୁ ପାଇଥିଲା । ଏନେଇ ଗୋବିନ୍ଦଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ କରିଥିବା ଜଣଶଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ