ନାଚ ପକ୍ଷରୁ ନିଃଶୁଳ୍କ ମଧୁମେହ ଚକିତ୍ସା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅଗ୍ରଣୀ ନୃତ୍ୟ ଓ କଳା ଅନୁଷ୍ଠାନ ‘ନାଚ’ ଓ ‘ଡକ୍ଟର ପ୍ଲସ୍’ ଫର୍ମାସି ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ମଧୁମେୟ ରୋଗ ପରୀକ୍ଷା ଶିବିର ଏବଂ ଚିକିତ୍ସା ତଥା ନିରାକରଣ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସ ଏହି ଶିବିରକୁ ଉଦଘାଟନ କରିବା ସହ ଆୟୋଜକ ସଂସ୍ଥାର ଉଦ୍ୟମକୁ ପ୍ରଶଂସା କରିଥିଲେ । ମଧୁମେହ ରୋଗର ଭୟାବହତା ସମ୍ପର୍କରେ ଅବଗତ ହେବା ଓ ଏହାର ନିରାକରଣ ଦିଗରେ ଜନସାଧାରଣଙ୍କୁ ସଚେତନତ କରିବାରେ ଏହିଭଳି ଶିବିର ବେଶ ଉପାଦେୟ ସାବ୍ୟସ୍ତ ହୋଇପାରିଛି ବୋଲି ବିଧାୟକ ଶ୍ରୀ ଦାସ ମତ ପ୍ରକାଶ କରିଥିଲେ । ଡାକ୍ତର ସୁରଜିତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁୁ ଶତାଧିକ ମଧୁମେହ ରୋଗୀ ଏହି ଶିବିରରେ ଉପସ୍ଥିତ ରହି ପରୀକ୍ଷା ଓ ଚିକିତ୍ସା କରାଇଥିଲେ । ମଧୁମେୟ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ପରାମର୍ଶ ଦେବା ସହିତ ନିୟମିତ ରକ୍ତ ପରୀକ୍ଷା କରାଇବା ଡ. ପାତ୍ରସମସ୍ତଙ୍କୁ ଅବଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ‘ନାଚ୍’ର ନିର୍ଦ୍ଦେଶିକା ନୃତ୍ୟାଙ୍ଗନା ରୋନାଲିସା ପଣ୍ଡା ଓ ସମ୍ପାଦକ ଅରୁଣାଂଶୁ ପାଣିଗ୍ରାହୀ, ‘ଚନ୍ଦ୍ରଭାଗା’ର ପ୍ରତିଷ୍ଠାତା କବି ଶ୍ରୀଦେବ, ସୌଭାଗ୍ୟ ରାୟ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।


