ବରିଷ୍ଠ ନାଗରିକ ମଞ୍ଚର ସ୍ୱତନ୍ତ୍ର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ସାମ୍ପ୍ରତିକ ସ୍ଥିତିରେ ବରିଷ୍ଠ ନାଗରିକମାନେ ସାମ୍ନା କରୁଥିବା ବିିଭିନ୍ନ ସମସ୍ୟା ଓ ଜିଲ୍ଲାର ଅନ୍ୟାନ୍ୟ ଜନସମସ୍ୟାକୁ ନେଇ ବରିଷ୍ଠ ନାଗରିକ ମଞ୍ଚର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଧାରଣ ସଂପାଦକ ଲକ୍ଷ୍ମୀଧର ବେହେରା ସମସ୍ୟାଗୁଡ଼ିକ ବୈଠକରେ ଆଗତ କରିଥିଲେ । ବିଶେଷ କରି ବରିଷ୍ଠ ନାଗରିକଙ୍କୁ ମିଳୁଥିବା ମାସିକ ମାତ୍ର ୫ ଶହ ଟଙ୍କା ଭତ୍ତା ଦୁଇହଜାର ଟଙ୍କାକୁ ବୃଦ୍ଧି ପାଇଁ ବୈଠକରେ ଦୃଢ଼ ଦାବି କରାଯାଇଛି । ସେହିପରି ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ହସପିଟାଲରେ ଜରାରୋଗ ବିଭାଗ ଖୋଲିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯାଇଛି । ବରିଷ୍ଠ ନାଗରିକମାନଙ୍କୁ ରେଳ ବିଭାଗ ପକ୍ଷରୁ ଦିଆଯାଉଥିବା ରିଆତି ପୁନଃ ପ୍ରଚଳନ ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ଗଣେଶ୍ୱରପୁର ମୌଜାର ଆଠ ଏକର ପରିମିତ ଜମିରେ ବସଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ସେହି ସ୍ଥାନରେ ବହୁତଳ ପ୍ରାସାଦ ନିର୍ମାଣ ସହି ବିକ୍ରି କରିବା ପାଇଁ ବ୍ରିଟ ତଥା ପ୍ରଶାସନ ପକ୍ଷରୁ ହେଉଥିବା ଉଦ୍ୟମକୁ ବୈଠକରେ ଦୃଢ଼ ନିନ୍ଦା କରାଯାଇଛି । ଏହା ବିରୋଧରେ ବରିଷ୍ଠ ନାଗରିକମାନେ ପ୍ରତ୍ୟକ୍ଷ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତାବ ଗୃହୀତ ହୋଇଛି । ଅନ୍ତର୍ଯ୍ୟାମୀ ପ୍ରଧାନ, ଗୋପୀନାଥ ଦାସ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ବିଷ୍ଣୁପ୍ରସାଦ ମହାନ୍ତି, ଲକ୍ଷ୍ମୀପ୍ରିୟା ଜେନା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ବେଣୁଧର ସାହୁ, ସୀତାରାମ ପ୍ରଧାନ, ଲକ୍ଷ୍ମୀନାରାୟଣ ଘୋଷ, ଗୌରାଙ୍ଗ ପାଣିଗ୍ରାହୀ, ଡ. କ୍ଷିତୀଶ୍ୱର ଦାଶ, ଶ୍ୟାମସୁନ୍ଦର ଜେନା, ନିରଞ୍ଜନ ପରିଡ଼ା ଓ ରବି ପାଣିଗ୍ରାହୀ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମ୍ପାଦକ ଦାମୋଦର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ