କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଗୋପରେ ଆଦର୍ଶ ତୁଳସୀ ପାର୍କ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଗୋପ ଗ୍ରାମର ତୁଳସୀ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଏକ ଆଦର୍ଶ ଓ ସୁନ୍ଦର ତୁଳସୀ ପାର୍କ ନିର୍ମାଣ କରାଯାଉଛି । ଏହି ପାର୍କରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରଖାଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହରବାସୀଙ୍କ ବହୁ ଦିନର ସ୍ୱପ୍ନ ଏହାଫଳରେ ସାକାର ହେବାକୁ ଯାଉଥିବାର ଦେଖାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଏବଂ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ଡିଜାଇନରେ ନିର୍ମାଣାଧିନ ଥିବା ଏହି ତୁଳସୀ ପାର୍କଟି ଦେଖିବାକୁ ବେଶ ସୁନ୍ଦର ଓ ମନମୁଗ୍ଧକର ହୋଇଛି । ଏହି ପାର୍କଟିରେ ଛୋଟ ଛୋଟ ପିଲାମାନଙ୍କ ପାଇଁ ଖେଳିବାର ବ୍ୟବସ୍ଥା ରହିଥିବା ବେଳେ ବୟଷ୍କମାନଙ୍କ ପାଇଁ ପ୍ରାତଃ ଭ୍ରମଣ ଓ ପାର୍କ ଭିତରେ ବସି ବାୟାମ, ଯୋଗ ପ୍ରଭୃତି କରିବାର ବ୍ୟବସ୍ଥା କରାଯାଇଛି । ଏତଦଭିନ୍ନ ଯୁବକ,ଯୁବତୀମାନେ ମଧ୍ୟ ପାର୍କ ଭିତରେ ବସି ପ୍ରକୃତିର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହିତ ବାୟାମ କରିବାକୁ ଜିମନାସିୟମ ମଧ୍ୟ ରହିଛି । ସବୁଜ ବୃକ୍ଷଲତାରେ ପରିପୂର୍ଣ୍ଣ କରାଯାଇଥିବା ଏହି ପାର୍କଟି ପ୍ରକୃତରେ ବହୁ ମନଲୋଭା ହୋଇଥିବାର ଦେଖାଯାଇଛି । ରାଜ୍ୟର ସର୍ବପୁରାତନ ଦେଢଶହ ବର୍ଷର କେନ୍ଦ୍ରାପଡା  ପୈାରାଚଂଳରେ ପୂର୍ବରୁ ଏଭଳି କୈାଣସି ପାର୍କ ନଥିବା ବେଳେ ସହରବାସୀଙ୍କ ନିମନ୍ତେ ଏହି ପାର୍କଟି ପ୍ରକୃତରେ ସବୁଜବନାନୀ ଓ ପ୍ରାକୃତିକ ପରିବେଶ ମଧ୍ୟରେ ପରିପୂର୍ଣ୍ଣ ହୋଇଥିବା ଏକ ସୁନ୍ଦର ଓ ଲୋଭନୀୟ ମୁକ୍ତାକାଶ ରଙ୍ଗମଂଚର ଭ୍ରମ ସୃଷ୍ଟି କରିଛି । ସରକାରୀ ଅନୁଦାନରେ ଏବଂ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ନିର୍ମାଣାଧିନ ଏହି ମନୋରମ ପାର୍କଟିର ଶୁଭ ଦେଇଥିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି କିଶୋର ଚନ୍ଦ୍ର ତରାଇ । ନିଜର କର୍ମ ନିପୁଣତା ଓ ନିଷ୍ଠାର ସହିତ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳ ଏହି ପାର୍କଟିର ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି । ପ୍ରତ୍ୟେହ ଶ୍ରୀ ବଳ ପାର୍କ ନିର୍ମାଣ ସ୍ଥଳକୁ ପରିଦର୍ଶନ କରି ଆବଶ୍ୟକ ଅନୁଯାଇ ତାହାର ପରିବର୍ତ୍ତନ ସହିତ ନୂତନ ଓ ଆଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା ସେହି ପାର୍କରେ  ସଂଶ୍ଳିଷ୍ଟ କରାଉଥିବାର ଦେଖିବାକୁ ମିଳିଛି । ଏହି ପ୍ରକଳ୍ପଟି ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ମାନସପୁତ୍ର ସଦୃଶ କେନ୍ଦ୍ରାପଡାବାସୀଙ୍କ ନିମନ୍ତେ ଏକ ଆଦର୍ଶ ପାର୍କ ଭାବେ ଗଢିଉଠିବ ଓ ଶ୍ରୀ ବଳଙ୍କୁ ସବୁଦିନେ କେନ୍ଦ୍ରାପଡାବାସୀ ମନେରଖିବେ । ଏହି ପାର୍କଟି ଏବେ ସାରା ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଦେଖାଯାଇଛି । ସହରର ବିଭିନ୍ନ ସ୍ଥାନରେ ଆହୁରି ୩ଟି ପାର୍କ ନିର୍ମାଣ ହେବାର ଯୋଜନା ରହିଥିବା ପୈାର ନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ