ହାଟଡିହି ଠାରେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆନେ୍ଦାଳନ ଓ ଧାରଣା, ଗାଡି ଚଳାଚଳ ଠପ

ହାଟଡିହି, (ବିକାଶ ବିଶ୍ୱାଳ):ବିଭିନ୍ନ ଦାବିନେଇ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଆନେ୍ଦାଳନ ପରିପ୍ରେକ୍ଷିରେ ଆଜି ହାଟଡିହି ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ହାଟଡିହି ଠାରେ ଆନେ୍ଦାଳନ ଓ ଧାରଣା ଦିଆଯାଇଥିଲା । ପ୍ରତି ପଞ୍ଚାୟତରେ ଥିବା ସଂଗଠନର କର୍ମକର୍ତ୍ତମାନେ ଆସି ହାଟଡିହି ଠାରେ ରୁଣ୍ଡିଭୁତ ହେବାପରେ ଶହଶହ ସଦସ୍ୟ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ତୁରନ୍ତ ରଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ପୁରଣ ପାଇଁ ଶ୍ଳୋଗାନ ମାନ ଦେଉଥିଲେ । ଏପରିକି ରାସ୍ତା ଉପରେ ଧାରଣା ଦେଇ ବସିବା ସହିତ ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥରେ ଚାଲୁଥବା ପରିବହନ ଗାଡି ଗୁଡିକୁ ଅଟକ ରଖିଥିଲେ । କିନ୍ତୁ ଆମ୍ବୁଲାନସ, ସ୍କୁଲ ଗାଡି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଗାଡି ଗୁଡିକୁ ଛାଡି ଦେଉଥିବା ଦେଖିବାକୁ ମିଳିଥିଲା । ଏହି ଆନେ୍ଦାଳନରେ ମୁନା ସାହୁ, ଦିଲ୍ଲିପ କୁମାର ମଲ୍ଲିକ, ଧନେଶ୍ୱର ସାହୁ, ମକରା ଯେନା, ରାଜ କିଶୋର ସା, ସାମନ୍ତ ଜେନା, ଅମୁଲି ଜେନା, ରାଜକିଶୋର ସାହୁ, ରାଜକିଶୋର ବିଶ୍ୱାଳ, ପ୍ରଦୁ୍ୟମ୍ନ ବିଶ୍ୱାଳ, ବିଶ୍ୱରଞ୍ଜନ ନାୟକ, ପ୍ରଶାନ୍ତ ନାୟକ, ଶୁକଦେବ ବେହେରାଙ୍କ ସମେତ ପାଞ୍ଚଶହରୁ ଉର୍ଦ୍ଧ ଡ୍ରାଇଭର ସାମିଲ ହୋଇଥିଲେ । ଏହି ଆନେ୍ଦାଳନ ଦ୍ୱାରା ଆଜି ରାସ୍ତାରେ ଏକରକମ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାିଥିଲା । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ