ମାରୱାଡି ମହିଳା ସମ୍ମେଳନ ପକ୍ଷରୁ ହୋଲି ମିଲନ

ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ଅନୁବନ୍ଧିତ ବାଲେଶ୍ୱର ମାରୱାଡି ମିହଳା ସମିତି ପକ୍ଷରୁହୋଲି ମିଳନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ହୋଟେଲ ଲକି ଇଣ୍ଟରନ୍ୟାସନାଲରେ ଆୟୋଜିତ କାର୍ଯ୍ୟକ୍ରମରେ ସମିତିର ବହୁ ସଦସ୍ୟା ଯୋଗଦେଇ ପରସ୍ପରକୁ ହୋଲି ଶୁଭେଚ୍ଛା ଜଣାଇଥିଲେ । ଏଥିରେ ସମିତିର ସଭାନେତ୍ରୀ ପ୍ରିୟା ଅଗ୍ରୱାଲ ଅଧ୍ୟକ୍ଷତା କରିଥିଲେ । ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନର ନିର୍ବଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଞ୍ଜୁ ସରାଓଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମାରୱାଡ଼ି ସମାଜ ଦ୍ୱାରା ପାଳିତ ହେଉଥିବା ରାଜସ୍ଥାନର ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ଚକ୍ଷୁ ଦାନ କରିଥିବା ମହାପୁରୁଷମାନଙ୍କ ପରିବାରବର୍ଗଙ୍କୁ ସମ୍ମେଳନର ଆଂଚଳିକ ମୁଖ୍ୟ ନିଶା ମୋଦୀ ସମ୍ମାନିତ କରିଥିଲେ । ଏହା ସହିତ ଅଙ୍ଗଦାନ ପାଇଁ ସମ୍ମତ୍ତି ପତ୍ର ଦେଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥିବା ହିମାନୀ ବାନାର୍ଜୀ ଓ ଗଣେଶ୍ୱର ରାଉତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅଳକା ଅଗ୍ରୱାଲ ନେତୃତ୍ୱରେ ନୃତ୍ୟଗୀତ ଓ ପୋଷ୍ଟର ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁନୈନା ଅଗ୍ରୱାଲ, ମଞ୍ଜୁ ଅଗ୍ରୱାଲ, କବିତା ବାହେଟି, ଅନୁଜା କାବରା, ପ୍ରିୟଙ୍କା ଭଟ୍ଟର, ପ୍ରଗତି ଭଟ୍ଟର, ସୋନିଆ ପେରିୱାଲ, ରଞ୍ଜିତା ଲଡ୍ଡା, ଶ୍ୱେତା ସୋମାନି, ସପନା ସୋମାନି, ସ୍ୱାତୀ କାବରା, ନିର୍ମଳା ଶାରଦା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସେହିପରି ରାଜସ୍ଥାନର ସମୃଦ୍ଧ ସଂସ୍କୃତି, ରଙ୍ଗାରଙ୍ଗ ପୋଷାକ ଏବଂ ରାଜସ୍ଥାନୀ ଥାଳି ପ୍ରସ୍ତୁତି ପ୍ରଭୃତିକୁ ନେଇ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋୠିତା ଅନୁଷ୍ଠିତ ହୋଇଥିଲା । ସମିତିର କୋଷାଧ୍ୟକ୍ଷ ଗୀତା ସୋମାନି ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ମନିଷା ମୋଦି ଓ ଦର୍ଶନା ସରାଓଗୀ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ