ଗୋବରାରେ ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭ ତାଲିମ୍ ଶିବିର

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ଗୋବରା ସ୍ଥିତ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ତାଲିମ୍ ଶିବିରରେ ଜାତୀୟ ଶିକ୍ଷାନୀତି-୨୦୨୦ ସହିତ ପ୍ରାଥମିକ ସ୍ତରରେ ବିଦ୍ୟା ପ୍ରବେଶ ଏବଂ ମୌଳିକ ଭାଷା ଜ୍ଞାନ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଛି I ଏହି ତାଲିମ୍ ଶିବିରକୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷା ବିଭାଗର ବିଭିନ୍ନ ପଦାଧିକାରୀମାନେ ପରିଦର୍ଶନ କରି ତାଲିମ୍ କାର୍ଯ୍ୟକ୍ରମର ସଫଳତା ଏବଂ ବିଦ୍ୟାଳୟ ସ୍ତରରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଛନ୍ତି I ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଦାଶ ଏବଂ ବିଦେଶୀ ବାଡତ୍ୟା ତାଲିମ୍ ଶିବିରକୁ ପରିଚାଳନା କରୁ୍ଥିବା ବେଳେ ସମ୍ବଳ ପ୍ରଶିକ୍ଷକ ଭାବେ ସିଆରସିସି କାର୍ତ୍ତିକେୟ ସେଠୀ,ନୀଳକଣ୍ଠ ନନ୍ଦ,ନିକୁଞ୍ଜ ନାୟକ, ମଧୁସୂଦନ ସେଠୀଙ୍କ ସମେତ ଶିକ୍ଷକ ଛାୟାକାନ୍ତ ମହାପାତ୍ର, ନରେଶ ବ୍ରହ୍ମା, କେଦାରନାଥ ନାୟକ, କାଳୁ ଚରଣ ଗୌଡ଼, ଶିକ୍ଷୟିତ୍ରୀ ରେଣୁପ୍ରଭା ଦାଶ ଏବଂ ଗାୟତ୍ରୀ ଆପଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଛନ୍ତି I ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ତାଲିମ ଗ୍ରହଣ କରିଛନ୍ତି I ସେହିପରି ବେଲଗୁଣ୍ଠା ଘୁମୁସର ବୈଷୟିକ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ପ୍ରାରମ୍ଭ ତାଲିମ୍ ଶିବିରରେ ପ୍ରଶାନ୍ତ ପଟ୍ଟନାୟକ,ଶଙ୍କର ନାରାୟଣ ସେଠୀ,ପବିତ୍ର ମୋହନ ଶତପଥୀ,ସନ୍ତୋଷ କୁମାର ନାୟକ,ରମେଶ କୁମାର ପାଣିଗ୍ରାହୀ ନବେ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ୍ ପ୍ରଦାନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ