ଏଫ୍ଏଲଏନ୍ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ୍ ସ୍ତରୀୟ F.L.N ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ପ୍ରଦର୍ଶନୀ କୁରୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ପ୍ରଦର୍ଶନୀ ପ୍ରାରମ୍ଭରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବିପିନ ବିହାରୀ ବାରିକ ଙ୍କ ଦ୍ଵାରା ଅଗ୍ରପୂଜ୍ୟ ଶ୍ରୀ ଗଣେଶ ଓ ବିଦ୍ୟାଦାୟିନୀ ମା ସରସ୍ଵତୀ ଙ୍କ ନିକଟରେ ପୁଷ୍ପ ,ଧୂପ ପ୍ରଦାନ ପୂର୍ବକ ପ୍ରଦର୍ଶନୀକୁ ଉଦଘାଟନ କରାଯାଇଥିଲା l ମଞ୍ଚରେ ଉପସ୍ଥିତ ଥିବା ବରିଷ୍ଠ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ମିଶ୍ର,ସୂର୍ଯ୍ୟମଣି ବେହେରା, ବବିତା ଦାସ ଙ୍କ ସମେତ ବରିଷ୍ଠ ଶିକ୍ଷକ ଇମ୍ ଦାଦ୍ ହୁସେନ ଉପସ୍ଥିତ ରହି ଆଜିର କର୍ମଶାଳା ର ଆବଶ୍ୟକତା ଓ ବିଦ୍ୟାଳୟ ଶିକ୍ଷା ର ୧ମ ରୁ ୩ୟ ଶ୍ରେଣୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଏହାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ l ବ୍ଲକ୍ ଓ ଏନ୍ ଏସି ର ବିଭିନ୍ନ ବିଦ୍ୟାଳୟ ରୁ ଶତାଧିକ ଶିକ୍ଷଣ ଶିକ୍ଷାଦାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ପ୍ରୋଜେକ୍ଟ ଗୁଡ଼ିକୁ ବୁଲି ଦେଖିଥିଲେ ଓ ଉପାଦେୟ ନମୁନା ଗୁଡ଼ିକର ଫଟୋ ଚିତ୍ର ନେଇ ନିଜ ବିଦ୍ୟାଳୟ ମାନଙ୍କରେ ପ୍ରଦର୍ଶିତ କରିବାକୁ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବାରିକ୍ ଙ୍କ ସମେତ ସମସ୍ତ ମଞ୍ଚାସୀନ ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଅନୁରୋଧ ରଖିଥିଲେ l ଏହି ପ୍ରଦର୍ଶନୀକୁ କେନ୍ଦ୍ରୀୟ ପରିଦର୍ଶକ କାର୍ତ୍ତିକ ମହାନ୍ତ ବାରିପଦାରୁ ଆସି ସମସ୍ତ ଶିକ୍ଷଣ ସାମଗ୍ରୀ ପ୍ରକଳ୍ପ ଗୁଡ଼ିକୁ ନିରୀକ୍ଷଣ କରି ସନ୍ତୋଷ ପ୍ରକାଶ କରିଥିଲେ l ଉଦଯାପନୀ ଉତ୍ସବରେ ୧୫ ଗୋଟି କ୍ଲଷ୍ଟର ର ୧୫ ଜଣ ଶ୍ରେଷ୍ଠ ପ୍ରକଳ୍ପ ନିର୍ମାତା ଙ୍କୁ ବିଜେତା ଭାବେ ଘୋଷଣା କରିବା ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ଏବଂ ସହିତ ପ୍ରତ୍ୟେକ ପ୍ରୋଜେକ୍ଟ ନିର୍ମାତାଙ୍କୁ ଯାତାୟତ ଖର୍ଚ୍ଚ ବଣ୍ଟନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପାଟବିଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ତଥା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ରୋଢ଼ଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭୀଷ୍ମ କୁମାର ମହାନ୍ତ, ଏନ୍ ଏ ସି ସଂଯୋଜକ ମନମୋହନ ନାଏକ, କୁଳିପୋଷି ସଂଯୋଜକ ହେମନ୍ତ କୁମାର ମହାନ୍ତ, ରସମତଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦୀପ କୁମାର ପାତ୍ର, ବଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସଙ୍କଳନ ସେଠୀ ଙ୍କ ସମେତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟ କ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ


