ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ କଲେଜର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ତଥା ଟିଲୋ ମାଳିସାହି ଗ୍ରାମର ଉପେନ୍ଦ୍ରନାଥ ସାହୁ(୭୫)ଙ୍କର ପରଲୋକ ଘଟିଛି । ସେ ମାଳିସାହି ଗ୍ରାମର ପ୍ରଥମ ଗ୍ରାଜୁଏଟ ଥିଲେ । ଭଦ୍ରକ କଲେଜରେ ପଢୁଥିବା ବେଳେ ଅଖିଳ ଭାରତ ଛାତ୍ର ସଂଘର ଜଣେ ଲଢୁଆ ଛାତ୍ର ଭାବରେ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେ ଜଣେ ସ୍ପଷ୍ଟବାଦୀ ମଣିଷ ଥିଲେ । ତାଙ୍କର ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ