ରଜାବନ୍ଧ ପୋଖରୀ ଉନ୍ନତିକରଣ କାର୍ଯ୍ୟର ଶୁଭ ଦେଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଏନଏସି ର ସର୍ବପୁରାତନ ଓ ସର୍ବବୃହତ ପୋଖରୀ ରଜାବନ୍ଧ ର ଉନ୍ନତିକରଣ କାର୍ଯ୍ୟର ଶୁଭ ପୂଜନ ଅନୁଷ୍ଠିତ ହୋଇଯାଇଛି। ଆଜି ଦିବା ୧୧ ଘଟିକା ସମୟ ରେ ରଜାବନ୍ଧ ପୋଖରୀ ନିକଟରେ ଅନୁଷ୍ଠିତ ଶୁଭ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ତଥା କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି, ଉପାଧକ୍ଷ ସ୍ୱରୂପ ପରିଜା, ରାଜ୍ୟ ବିଜୁସେତୁ ଓ ଏସସିବି ମେଡିକାଲ ଉପଦେଷ୍ଟା ଦିଲ୍ଲୀପ ସାହୁ, କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟ ଯନ୍ତ୍ରୀ ବସନ୍ତ ରାଉତ ,ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରମେଶ କୁମାର ସାବଦ, କାଉନସିଲର ଅନିତା ଚାତାର,ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାସ ଅଧିକ୍ଷଣ ଯନ୍ତ୍ରୀ ଶଙ୍କର ପ୍ରସାଦ କାଲାମୋରୀ ଓ ସମସ୍ତ କାଉନସିଲର ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
ଏହି ବନ୍ଧ ଦ୍ୱାରା କରଞ୍ଜିଆ ରେ ଜଳସେଚନ ନିମନ୍ତେ ତତ୍କାଳୀନ ମୟୁରଭଞ୍ଜ ମହାରାଜା ଖୋଳାଇଥିବା ପ୍ରକାଶ। ରାଜା ଙ୍କ ଶାସନ ସମୟରୁ ଏହି ବନ୍ଧ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷହେବ ଏହାର ରକ୍ଷଣାବେକ୍ଷଣ ଓ ପୁନଃରୁଦ୍ଧାର ନହେବାରୁ ସମୟକ୍ରମେ ଏହା ପୋତିହେବାକୁ ବସିଥିଲା ଏବଂ ଏହାର ଜଳ ବ୍ୟବହାର ଉପଯୋଗୀ ହେଉନଥିଲା। ସ୍ଥାନୀୟ ଜନସାଧାରଣ ବହୁ ସମୟରୁ ଏହି ବନ୍ଧ ର ପୁନଃରୁଦ୍ଧାର ଓ ରକ୍ଷଣାବେକ୍ଷଣ ସହିତ ବ୍ୟବହାର ଉପଯୋଗୀ କରିବାକୁ ଦାବୀ କରିଆସୁଥିଲେ। ବିଧାୟିକା ଭାବେ ଶ୍ରୀମତୀ ହେମ୍ବ୍ରମ ନିର୍ବାଚିତ ହେବାପରେ ପ୍ରୟାସ କରିଥିଲେ ମଧ୍ୟ ଦୁଇବର୍ଷ କରନା କଟକଣା ଯୋଗୁ ଏହା ସମ୍ଭବ ହୋଇପାରିନଥିଲା। ଗତ ପୌର ନିର୍ବାଚନ ରେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଭାବେ ପପି ପୃଷ୍ଟି ଓ ଉପାଧକ୍ଷ ଭାବେ ସ୍ୱରୂପ ପରିଜା ନିର୍ବାଚିତ ହେବା ପରେ ସ୍ଥାନୀୟ ୨ କାଉନସିଲର ବିଧାୟିକା ତଥା ବର୍ତମାନ ର ମନ୍ତ୍ରୀ ଙ୍କ ସହିତ ଏହାର ପୁନଃରୁଦ୍ଧାର ନିମନ୍ତେ ପ୍ରୟାସ ଜାରିରଖିଥିଲେ।ଏହାର ଫଳ ସ୍ୱରୂପ ବନ୍ଧ ର ପଙ୍କ ଉଦ୍ଧାର ଓ ଉନ୍ନତିକରଣ ନିମନ୍ତେ ୧ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟବରାଦ ଥିବାବେଳେ ୧ କୋଟି ୨୧ ଲକ୍ଷ ଟଙ୍କା ଅର୍ଥମଂଜୁର ହୋଇଥିଲା ବିଧିବଦ୍ଧ ଟେଣ୍ଡର ପରେଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ପଙ୍କ ଉଦ୍ଧାର ପରେ ନଗର ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦିତ ଅନୁଦାନ ରେ ବନ୍ଧ ଚତୁର୍ପାଶ୍ୱ ର ସନ୍ଦର୍ଯ୍ୟକରଣ,ବୋଟିଙ୍ଗ ସୁବିଧା କାର୍ଯ୍ୟ ଆରମ୍ଭ ହେବ। ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଙ୍କ ପ୍ରଚେଷ୍ଟା ଓ ଏନଏସି ଅଧ୍ୟକ୍ଷା ତଥା ସମସ୍ତ କାଉନସିଲର ,ବରିଷ୍ଠ ନେତୃମଣ୍ଡଳୀ ଙ୍କ ସହଯୋଗ ରେ ଏହି କାର୍ଯ୍ୟ ହେଉଥିବାରୁ ଅଞ୍ଚଳ ବାସୀ ସମସ୍ତ ଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ