ବଜରଙ୍ଗବାଲୀ କ୍ରିକେଟ ଟିମକୁ ମିଳିଲା ବିଜୟୀ ଟ୍ରଫି

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନ କୋଇଲଖା ଖେଳପଡିଆରେ ବିଶ୍ବଶାନ୍ତି କ୍ରିକେଟ କ୍ଲବ ଆନୁକୂଲ୍ଯରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା’ତାରିଣୀ କ୍ରିକେଟ ଟିମ ସାଆଁଳପୁର ଟସ ଜିଣି ବୋଲିଂ କରିବାକୁ ସାବ୍ୟସ୍ତ କରିଥିଲା । ନିର୍ଦ୍ଧାରିତ ଓଭରରେ ଜୟ ବଜରଙ୍ଗ କ୍ରିକେଟ ଟିମ, ଗହିରାପାଳ ୧୩୭ ରନ ସଂଗ୍ରହ କରିଥିଲା । ମା’ତାରିଣୀ କ୍ରିକେଟ ଟିମ ଏହାର ଜବାବରେ ମାତ୍ର ୯୪ ରନ କରି ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଥିଲା । କ୍ରୀଡା ଶେଷରେ ଭାଜପା ନେତା ଅଶୋକ ରାଉଳ ରନର୍ସ ଅିପ ଟ୍ରଫି ପ୍ରଦାନ କରିଥିଲା ବେଳେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ବିଜୟୀ ଟିମକୁ ଚାମ୍ପୟନ ଟ୍ରଫି ପ୍ରଦାନ କରିଥିଲେ । କିଶୋର ନାୟକ, ଅଶୋକ ରାଉତ, ସ୍ବଦେଶ ପଣ୍ଡା, ସୁରେନ୍ଦ୍ର ଦାସ, ଜୀବନାନନ୍ଦ ପାଢୀ, ସଂଦୀପ ନାୟକ, ସୁବ୍ରତ ବିଳାସ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ତାପସ ବିଶ୍ବାଳ ଓ ସୌମ୍ୟ ରଂଜନ ପାଢୀ କ୍ରୀଡା ପରିଚାଳନା କରିଥିଲେ । କ୍ଲବ କର୍ମକର୍ତ୍ତା ଅମୂଲ୍ୟ ବିଶ୍ବାଳ, ସୁବାସ ରାୟ, ସାଗର ବିଶ୍ବାଳ, ଲିପୁ ରଞ୍ଜନ ବିଶ୍ବାଳ, କାର୍ତ୍ତିକ ବିଶ୍ବାଳ ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ