ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିୟନ ଓଡିଶାର ପ୍ରଥମ ରାଜ୍ୟ ସମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ):ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିୟନସ ଓଡିଶାର ପ୍ରଥମ ରାଜ୍ୟ ସମିଳନୀ ପାରଳାଖେମୁଣ୍ଡି ଟାଉନ ହଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି. ସଂପ୍ରତି ଦେଶରେ କର୍ପୋରେଟ ସପକ୍ଷ ବାଦୀ ନୀତି ଓ ରାଜ୍ୟ ସରକାର ଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ଼ ୟୁନିଅନ (ଇଫଟୁ ) ଦ୍ୱାରା ଅନୁବନ୍ଧିତ ସଙ୍ଘ ମାନଙ୍କୁ ନେଇ ଆଜି ପ୍ରଥମ ରାଜ୍ୟ ସମ୍ମିଳନୀକୁ କରାଯାଇଛି.ଗଜପତି ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟା , ମନରେଗା ଶ୍ରମିକ ମାନଙ୍କ ସମସ୍ୟା ଆଦି ନେଇ ଆଜି ସମିଳନୀରେ ମୁଖ୍ୟ ଆଲୋଚନା ହୋଇଥିଲା. ଏଥି ସହିତ ଅନୁବନ୍ଧିତ ସଙ୍ଘ ମାନଙ୍କ ମଧ୍ୟରୁ ଚୟନ ହୋଇଥିବା ପ୍ରତିନିଧି ମଣ୍ଡଳୀ ଆଗାମୀ ଅପ୍ରେଲ ମାସରେ ତିରୁପତିରେ ହେବାକୁ ଥିବା ଜାତୀୟ ସମ୍ମିଳନୀରେ ଯୋଗ ଦେବା ନିଷ୍ପତ୍ତି ହୋଇଛି Iଉକ୍ତ କାର୍ଯ୍ୟକ୍ରମରେ ଇଫଟୁର ରାଜ୍ୟ ଆବାହକ ପ୍ରତାପ ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ ପ୍ରମୁଖ ଶ୍ରମିକ ନେତା କେଦାର ଶବରଙ୍କ ନେତୃତ୍ୱରେ ଆଜିର ଏହି ରାଜ୍ୟ ସମିଳନୀ ଅନୁଷ୍ଠିତ ହୋଇଥିଲା.


