ଶ୍ରୀ ରାମ ନବମୀ ରେ ଶ୍ରୀ ରାମ ମନ୍ଦିର ରେ ଭକ୍ତ ଙ୍କ ଭିଡ଼

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ଚୈତ୍ର ମାସ ର ଶୁକ୍ଳ ନବମୀ ତିଥି। ଶ୍ରୀ ରାମ ନବମୀ ପାଇଁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ନୂଆଗାଁ, ଓରପଟ ଗ୍ରାମ ର
ଆତ୍ମା ରାମ ବାଳାଶ୍ରମ ସ୍ଥିତ ଶ୍ରୀ ରାମ ମନ୍ଦିର ଉତ୍ସବ ମୁଖର ହୋଇ ପଡ଼ିଥିଲା । ପ୍ରାତଃ ରୁ ମନ୍ଦିର ରେ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗିଥିଲା। ଦିନ ରେ ଠାକୁର ମାନଙ୍କ ସମ୍ମୁଖରେ ରାମାୟଣ ପାଠ ହୋଇ ଥିବା ବେଳେ ସଂନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ଵଶାନ୍ତି ପାଇଁ ୧୦୮ ହନୁମାନ ଚାଳିଶା ପାଠ ଓ ହୋମଯଜ୍ଞ ଅନୁଷ୍ଠିତ ହେବାପରେ ପ୍ରସାଦସେବନ ର ବ୍ୟବସ୍ଥା ହୋଇଥିଲା। ମନ୍ଦିର ର ମୁଖ୍ୟ ଉପଦେଷ୍ଟା ଚନ୍ଦ୍ରକାନ୍ତ ଦଳାଇ, ଗଣେଶ ବାବା, ସନାତନ ପାତ୍ର, କେଦାର ନାଥ ସାହୁ ପ୍ରମୁଖ ଙ୍କ ତତ୍ତ୍ୱାବଧାନରେ ଠାକୁର ଙ୍କ ପୂଜା ନୀତି ଅନୁଷ୍ଠିତ ହୋଇଥିବାବେଳେ ଟୁଲୁ ମଲ୍ଲିକ, ଗିରିଜା ପ୍ରସାଦ ସ୍ଵାଇଁ, ମନସ୍ଵିନୀ ସ୍ଵାଇଁ, ସତ୍ୟପ୍ରିୟ ସ୍ଵାଇଁ ପ୍ରମୁଖ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଶ୍ରୀ ରାମ ନବମୀ ପାଇଁ ସମଗ୍ର ଚାରିଛକ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ