ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଲା କାୟାକଳ୍ପ ପୁରସ୍କାର
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ ରାଜ୍ୟର ୨୨୪ ଟି ସ୍ବାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର ମିଳିଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ରାଜ୍ୟରେ ୩୫ ନମ୍ବର ଓ ଜିଲ୍ଲାରେ ୩ ନମ୍ବର ସ୍ବାସ୍ଥ୍ୟକେନ୍ଦ୍ର ଭାବେ ପୁରସ୍କାର ଲାଭ କରିଛି ।ଜିଲ୍ଲାରେ କାୟାକଳ୍ପ ପୁରସ୍କାର ପାଇଥିବା ୧୦ ଟି ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୧ ନମ୍ବର ରେ ରେମୁଣା ନୂଆଗାଁ ,ଦୁଇ ନମ୍ବର ରେ ନିମାପଡ଼ା ଓ ତିନି ନମ୍ବର ରେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ନାଁ ରହିଛି ।ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବାପି ଏ ଚ ସି ବଡ଼ ନିନିଗାଁ ସ୍ବାସ୍ଥ୍ୟକେନ୍ଦ୍ର ଓ ପାଟପୁର ସ୍ବାସ୍ଥ୍ୟ କେନ୍ଦ୍ରକୁ ୫୦ ହଜାର ଲେଖାଏଁ ଟଙ୍କା ପୁରସ୍କାର ମିଳିଥିବାବେଳେ ଆରୋଗ୍ୟକେନ୍ଦ୍ର ଅଂଶାଲୋ ,ଠାକୁର ପାଟଣା ,ଗଡ ତୋରିହଁ , ଉଛୁପୁର ,କୋଟକୁଶାଙ୍ଗ , ଭାଣପୁର ,ଉହାଙ୍ଗା , ତେନ୍ତୁଳିଗୁଆଁ, ନହନ୍ତରା, ଓଡ଼ଗୁଆଁ,ବାମନାଳ , ମଣିଜଙ୍ଗ ,ଗୋପିନାଥପୁର ,ସଲଙ୍ଗ ପ୍ରଭୁତି ଆରୋଗ୍ୟ କେନ୍ଦ୍ର ମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ମିଳିଛି ।ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ର ରେ ଦୀର୍ଘ ଦିନ ହେବ ଡାକ୍ତର ଅଭାବ ସାଙ୍ଗକୁ ରୋଗୀମାନଙ୍କୁ ସୁସେବା ଯୋଗାଇ ଦେବାରେ ଚାରିଛକ ସ୍ବାସ୍ଥ୍ୟ କେନ୍ଦ୍ର ବିଫଳ ହୋଇଥିବାରୁ ଏହି ସ୍ବାସ୍ଥ୍ୟକେନ୍ଦ୍ର ଏବେ ଜିଲ୍ଲା ରେ ତୃତୀୟ ସ୍ଥାନରେ ପହଂଚିଛି । ପୂର୍ବରୁ ଏହି ମେଡିକାଲ ର ଅନେକ ସୁନାମ ରହିଥିଲା। କାକଟପୁର, ଅସ୍ତରଙ୍ଗ, ନୂଆହାଟ ଅଞ୍ଚଳ ର ଏହା ପ୍ରଥମ ରେଫର୍ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ରହିଛି ।ମାତ୍ର ବିଭାଗୀୟ ଅଧିକାରୀ , ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ଉଦାସୀନତା କାରଣରୁ ଏହି ସ୍ଵାସ୍ଥ୍ୟକେନ୍ଦ୍ର ଏବେ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ବିଫଳ ହୋଇଛି। ଏକମାସ ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ଗୁଡ଼ିକ ପୂରଣ କରାନଗଲେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ବରିଷ୍ଠ ନାଗରିକ ମଞ୍ଚ ର ସଂଯୋଜକ ଡ଼. କେଦାରନାଥ ସାହୁ ଚେତାବନୀ ଦେଇଛନ୍ତି ।


