ଚନ୍ଦ୍ରଶେଖର ମହାଦେବ ଙ୍କ ପୀଠରେ କାଳେସି ନୃତ୍ୟ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପବିତ୍ର ଚୈତ୍ରମାସ ର ତୃତୀୟ ଗୁରୁବାର ।ପାରମ୍ପରିକ ପ୍ରଥାନୁସାରେ ଚାରିଛକ ନିକଟସ୍ଥ ଚନ୍ଦ୍ରମଉଳି ସ୍ଥିତ ପଶ୍ଚିମାଭିମୁଖୀ ମହାଦେବ ଚନ୍ଦ୍ରଶେଖର ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି ପାଳିଯାତ୍ରା । କାଳେସି ଘଣ୍ଟ ବାଜା ସହ ପାଟୁଆ ଙ୍କୁ ଧରି ନିକଟସ୍ଥ ପ୍ରାଚୀ ନଦୀ ତୁଠ କୁ ଯାଇ ଦଣ୍ଡପୂଜା ଓ ଘଟସ୍ଥାପନ କରି ମନ୍ଦିର କୁ ଆସିଥିଲେ । କାଳେସି ଓ ପାଟୁଆ ମାନେ ମନ୍ଦିର ବେଢ଼ାରେ ପାଟୁଆ ନୃତ୍ୟ ପ୍ରଦର୍ଶନ କରିଥିଲେ । କାଳେସି ଭାବେ ଝରି ବେହେରା ୩୦ ବର୍ଷ ହେଲା ଠାକୁର ଙ୍କ ନିକଟରେ କାର୍ଯ୍ୟ କରି ଆସୁଛନ୍ତି। ପୂଜକ ଭାବେ ବଙ୍କା ପାଢ଼ୀ କାର୍ଯ୍ୟ କରିଥିଲେ ।ପାଳିଯାତ୍ରା ପାଇଁ ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣ ଉତ୍ସବ ମୁଖର ହୋଇ ଉଠିଥିଲା ।


