ଝଙ୍କଡ଼ର ଅଧୀଶ୍ୱର ଝଙ୍କେଶ୍ୱର ମହାଦେବ ଙ୍କ ଅଣଚାଳିଶିତମ ଯଂଜ୍ଞଉତ୍ସବ ଉଦଯାପିତ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ଜଗତସିଂହପୁରଜିଲ୍ଲା ତିର୍ତୋଲବ୍ଲକ, ବିରିତୋଳପଞ୍ଚାୟତ ଅଧିନ ଝଙ୍କେଶ୍ୱରଗ୍ରାମରେ ବିରାଜିତ ଝଙ୍କଡ଼ର ଅଧୀଶ୍ୱର ବାବା ଝଙ୍କେଶ୍ୱର ମହାଦେବ ଙ୍କର ଅଣଚାଳିଶିତମ ବିଶ୍ୱଶାନ୍ତି ମହାଯଂଜ୍ଞ ଗତ ଗୁରୁବାର ଦିନ ମହାସମାରୋହ ରେ ଉଦଯାପିତ ହୋଇଯାଇଛି , ଏହିଉପଲକ୍ଷେ ଗତ ଏପ୍ରିଲ ଦୁଇତାରିଖ ରବିବାର ଦିନ ପୁଣ୍ୟତୋୟା ହଁସୁଆନଦୀରୁ ଏକ ବର୍ଣ୍ଣାଢ୍ୟ କଳସଶୋଭାଯାତ୍ରା ବାହାରି ପୀଠରେ ପହଂଚିବା ପରେ , ରୁଦ୍ରାଭିଷେକ, ଅଙ୍କୁରାରୋପଣ, ଅଗ୍ନିସ୍ଥାପନ ,ମହାମନ୍ତ୍ରନାମଯଂଜ୍ଞ, ଭଜନକୀର୍ତ୍ତନ, କାଠିଲଉଡ଼ିନୃତ୍ୟ ଓ ଯଂଜ୍ଞ ରେ ଆହୁତି ପ୍ରଦାନ କରାଯାଇଥିଲା , ଯଂଜ୍ଞ କର୍ତ୍ତା ତଥା ମୁଖ୍ୟଆଚାର୍ଯ୍ୟ ପଣ୍ଡିତ ପ୍ରଦୀପ୍ତ କୁମାର ପଣ୍ଡା ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ପଣ୍ଡିତ ଦେବେନ୍ଦ୍ର ପଣ୍ଡା ଙ୍କ ସମେତ ଜାଙ୍ଗିକ୍ୟ ବ୍ରାହ୍ମଣମାନଙ୍କ ମନ୍ତ୍ରଧ୍ଵନି ରେ ବାବାଙ୍କ ପୀଠସ୍ଥଳୀ ପ୍ରକମ୍ପିତ ହୋଇ ଉଠିଥିଲା , ନିତ୍ୟସେବକ ମାଧବପଣ୍ଡା, ଯୋଗେନ୍ଦ୍ର ପଣ୍ଡା , ଶୁକଦେବ ପଣ୍ଡା , କାହ୍ନୁ ପଣ୍ଡା , ବିଜୟ ଦାସ , ପ୍ରଦୀପ୍ତ ଦାସ ଓ ଭାଗେଶ୍ୱର ଦାସ ପ୍ରମୁଖ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା , ପୂର୍ଣ୍ଣାହୁତି ପ୍ରଦାନ ସମୟ ରେ ସ୍ଥାନୀୟ ଜିଲ୍ଲା ପରିଷଦ ସୁନୀଲ କୁମାର ବେହେରା ବିଜେପିନେତା ଆଇନୀଜୀଵି ରାଜକିଶୋର ବେହେରା, ରୂପକଖୁଣ୍ଟିଆ ଆଧ୍ୟାତ୍ମିକବାଦୀ ବିଳାସ କୁମାର ବେହେରା, ଯୁବନେତା ସୁବ୍ରତ ମଲ୍ଲିକ ଙ୍କ ସମେତ ବହୁବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମାନେ ବାବା ଝଙ୍କେଶ୍ୱର ଙ୍କ ଦର୍ଶନ ଓ ପୂଜାର୍ଚନା କରିବା ସହିତ ପୂର୍ଣ୍ଣାହୂତି ଦର୍ଶନ କରି ପୁଣ୍ୟଫଳ ଲାଭ କରିଥିଲେ , ତେବେ ଦୀର୍ଘ ପାଞ୍ଚଦିନ ବ୍ୟାପି ଏହି ଯଂଜ୍ଞଉତ୍ସବ ସ୍ଥାନୀୟ ଅଞ୍ଚଳ ରେ ଅପୂର୍ବ ଭକ୍ତିଭାବମୟ ପରିବେଶ ସୃଷ୍ଟି କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ