ପ୍ରାଇଭେଟ୍ ହୋମିଓପାଥିକ ପ୍ରାକ୍ଟିସନର ଆସୋସିଏନର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱର ରୀବୀନ୍ଦ୍ର ମଣ୍ଡପ ସମ୍ମିଳନୀ କକ୍ଷରେ ସଂଘର ସାଭପତି ନେତ୍ରାନନ୍ଦ ଭୋଇଙ୍କ ସଭାପତିତ୍ୱରେ ୮ମ ବାର୍ଷିକ ସମ୍ମିଳନୀ ଓ ସର୍ବପୁରାତନ ହୋମିଓପାଥିକ ଚିକତ୍ସାର ଜନକ ଡାକ୍ତର ହ୍ୟାନିମାନଙ୍କ ୨୬୯ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ମୁଖ୍ୟ ବକ୍ତା ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବିଧାୟକ ଡ. ଅରବିନ୍ଦ ଢାଲୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ହେଲା ଓଡ଼ିଶାର ଗ୍ରାମାଞ୍ଚଳରେ କାର୍ଯ୍ୟରତ ହୋମିଓପ୍ୟାଥିକ ପ୍ରାକ୍ଟିସନରମାନଙ୍କୁ ପୂର୍ବରୁ ସରକାରଙ୍କ ଦ୍ୱାରା ଏକ ପଞ୍ଜିକୃତ କରାଯାଇ ଲିଷ୍ଟେଡ଼ ମାନ୍ୟତା ପ୍ରଦାନ କରାଯାଇ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିଲେ । କିନ୍ତୁ ଏହି ପ୍ରକ୍ରିୟା ଅନ୍ୟ ରାଜ୍ୟରେ ପ୍ରଚଳିତ ଥିବା ବେଳେ ଆମ ରାଜ୍ୟରେ ଏହାକୁ ୨୦୧୪ ମସିହାରେ ନିଷେଧ ଘୋଷଣା କରାଯାଇଛି । ଫଳରେ ସେବା କାର୍ଯ୍ୟରେ ନିୟୋଜିତ ଚିକିତ୍ସକମାନେ ସେମାନଙ୍କ ଜୀବିକା ହରାଇବା ଯୋଗୁ ପରିବାର ପ୍ରତିପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏ ଦିଗରେ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସଂଘର ନ୍ୟାର୍ଯ୍ୟଦାବି ପ୍ରତି ବୈମାତୃକ ମନୋଭାବ ଯୋଗୁ ହୋମିଓପ୍ୟାଥିକ ଚିକିତ୍ସା ଉପରୁ ସାଧାରଣଲୋକଙ୍କ ଭରସା ଶୂନ୍ୟ ହୋଇପଡ଼ିବା ଦେଖିବାକୁ ମିଳିଛି । ସେବାବୃତ୍ତିରେ ଥିବା ହଜାର ହଜାର ହୋମିଓପ୍ୟାଥିକ ଚିକିତ୍ସକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ପାଇଁ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ହୋମିଓପ୍ୟାଥିକ ଔଷଧ ଖୁବ୍ କମ୍ ଖର୍ଚ୍ଚରେ ଅସାଧ୍ୟ ରୋଗ ସମ୍ପୂର୍ଣ୍ଣ ଆରୋଗ୍ୟ ବିଷୟରେ ମତପୋଷଣ କରି ଆଜିର ସମାଜରେ ଘରୋଇ ଚିକିତ୍ସକମାନଙ୍କ ସେବା ମନୋଭାବକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଆସୋସିଏସନର ବାର୍ଷିକ ସ୍ମରଣିକା ‘ଶୋଭନର’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ସଂଘର ବରିଷ୍ଠ ଚିକିତ୍ସକମାନଙ୍କୁ ଏକଲବ୍ୟ ସମ୍ମାନରେ ସମ୍ମାନିତ କରିବା ସହିତ ସମାଜର ବିିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଓ ପରିବେଶବିତ ଦୀନବନ୍ଧୁ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଜଗନ୍ନାଥ ଦାଶ, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ବାରିକ, କୋଷାଧ୍ୟକ୍ଷ ମହିନ୍ଦ୍ର କୁମାର ସାହୁ, ମୁଖ୍ୟ ଉପଦେଷ୍ଟା ଡା ପ୍ରଦୀପ ରାଓ, ଆଇନ ଉପଦେଷ୍ଟା ରମଣୀକାନ୍ତ ପଟ୍ଟନାୟକ ଓ ପୁଦେଷ୍ଟା ନିହାର ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ