ସହରାଞ୍ଚଳ ନିର୍ବାଚନ ପ୍ରତିନିଧି ମାନଙ୍କର ଦୁଇ ଦିନିଆ କର୍ମଶାଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଆସନ୍ତା କାଲି ମଙ୍ଗଳ ବାର ଏବଂ ବୁଧବାର ଦିନ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କର୍ମଶାଳାଟିରେ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ବୌଦ୍ଧ ଆଦି ୫ ଗୋଟି ଜିଲ୍ଲାର ସ୍ଥାନୀୟ ସରହାଞ୍ଚଳ ବିକାଶ (ULB) ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମସ୍ତ କାଉନସିଲର, ନିର୍ବାଚିତ ପ୍ରତିନିଧି ଏବଂ ପାଞ୍ଚଜଣ ଦକ୍ଷ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଏହି ଶିବିରଟିରେ ପ୍ରଶିକ୍ଷଣ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ ପ୍ରଶିକ୍ଷଣ ପ୍ରଦାନ ହେବ ଏବଂ ଦ୍ବିତୀୟ ଦିନଟିରେ ସମୀକ୍ଷା କରାଯିବ । ସହରାଞ୍ଚଳ ନିର୍ବାଚିତ ପ୍ରତିନିଧିଗଣଙ୍କୁ ସେମାନଙ୍କ ଅଧୀନରେ ହେଉଥିବା ଗଠନମୂଳକ କାର୍ଯ୍ୟଧାରା ର ସୁଗମ ପରିଚାଳନା ଜନସେବା ସକାଶେ ପରିବର୍ତ୍ତନଶୀଳ ସହରୀ ପଦକ୍ଷେପ ଦିଗରେ ସମ୍ବେଦନଶୀଳ କରିବାକୁ ଆଭିମୁଖ୍ୟ ରହିଛି । ଏଥି ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ନୀଳ ମାଧବ ଭୋଇ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ