ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି ଅବସରରେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଓଡ଼ିଆ ନବବର୍ଷ ସହ ପଣା ଉତ୍ସବ ପାଳିତ ହୋଇଯାଇଛି । ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଏ ନେଇ ଆୟୋଜିତ ଏକ ଉତ୍ସବରେ ପରିଷଦ ପକ୍ଷରୁ ବେଲ, ବସାଦହି, କଳଦୀ, ନଡ଼ିଆ ଇ୍ୟାଦିରେ ପ୍ରସ୍ତୁତ ସୁସ୍ୱାଦ ପଣା ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା । ଓଡ଼ିଆ ନବବର୍ଷ ପାଳନର ମହତ୍ତ୍ୱ ଆଜିର ଯୁବପିଢିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆମ ସଭ୍ୟତା, ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଭୁଲି ଆମ ସାମାଜିକ ଚଳଣି କଳ୍ପନା କରାଯାଇପାରେନା । ଏମିତି କିଛି ମତ ଆଉ ବିଶ୍ୱାସ ସହ ପରିଷଦର ସଦସ୍ୟମାନେ ଉତ୍ସାହ ସହକାରେ ଉତ୍ସବରେ ସାମିଲ୍ ହୋଇଥିଲେ । ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନା, ସ୍ଥାନୀୟ ସମାଜସେବୀ ମାନି ପଣ୍ଡା, ପୁଷ୍ପଲତା ମହାପାତ୍ର, ବୈଲୋଚନ ସାହୁ, ନିରଞ୍ଜନ ସାହୁ, ସୀମାଦ୍ରି ଶେଖର ସାହାଣୀ, ମନୋରଞ୍ଜନ ପଣ୍ଡା, ମନୋରଞ୍ଜନ ଦାଶ, ସୁକାନ୍ତ ମହାନ୍ତି, ଲକ୍ଷ୍ମଣ ଦାଶ, ଜୟପ୍ରଦା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ