ପୁଚ୍ଛ କଟାଯାଇଥିବା ଅସୁସ୍ଥ ଅଣ୍ଡିରା ମୟୂର ଉଦ୍ଧାର

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ତ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ମୋଟାବାଡି ନିକଟସ୍ଥ ଜଙ୍ଗଲ ଜମିରୁ ପୁଚ୍ଛ କଟାଯାଇଥିବା ଏକ ଅସୁସ୍ଥ ଅଣ୍ଡିରା ମୟୂରକୁ ବୁଗୁଡା ବନ ବିଭାଗ ଉଦ୍ଧାର କରିଥିବା ଜଣାପଡ଼ିଛି। କୌଣସି ସୁତ୍ରରୁ ଖବର ପାଇ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡା ବନ ବିଭାଗ କର୍ମଚାରୀ ବୃନ୍ଦ ଅସୁସ୍ଥ ଅଣ୍ଡିରା ମୟୂରକୁ ଉଦ୍ଧାର କରି ବୁଗୁଡା ପ୍ରାଣୀଧନ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ। ସେଠାରୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣଯାଇ ଖାଦ୍ୟ ଓ ପାଣି ଦେଇ ସେବା କରାଯାଉଛି। କୌଣସି ଦୁର୍ବୁତ୍ତ ଅଣ୍ଡିରା ମୟୂରର ପୁଚ୍ଛ ଗୁଡିକୁ କାଟି ନେଇଯାଇଥିବା ବେଳେ ମୟୂରଟି ଅସୁସ୍ଥ ହୋଇ ପଡି ଯନ୍ତ୍ରଣା ଭୋଗୁଥିଲା। ମୟୂରଟି ସୁସ୍ଥ ହେବାପରେ ଜଙ୍ଗଲରେ ଛାଡିଦିଆଯିବ ବୋଲି ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ