ବିପ୍ର ଫାଉଡେସନ୍ ତରଫରୁ ଭଗବାନ ପର୍ଶୁରାମ ଜୟନ୍ତୀ ପାଳିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜି ବିପ୍ର ଫାଉଣ୍ଡେସନ ରାଇରଙ୍ଗପୁର ଶାଖା ତରଫରୁ ଫାଟକ ଚୋବେଇ ଧର୍ମଶାଳାଠାରେ ଭଗବାନ ପର୍ଶୁରାମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି |ଏଥିରେ ଜାତୀୟ ଉପଦେଷ୍ଟା ଜଗଦୀଶ ମିଶ୍ରା,ସଭାପତି ସୁନିଲ କୁମାର ଚୌବେ,ରାଜ୍ୟ ସମ୍ପାଦକ ମହେଶ ଶର୍ମା,ବିଷ୍ଣୁ ଶର୍ମା,ସମ୍ପାଦକ ବଦରି ଶର୍ମା, ଆକାଶ ଶର୍ମା ଓ କୋଷାଧକ୍ଷ ରାକେଶ ଶର୍ମା ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଭଗବାନଙ୍କୁ ସମସ୍ତଙ୍କର ମଙ୍ଗଳ ପ୍ରାଥନା କରିଥିଲେ |ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା ।ଏହି ଅବସରରେ କମିଟୀ ପକ୍ଷରୁ ସରବତ ବଣ୍ଟନ କରାଯାଇଥିଲା | ସନ୍ଧ୍ୟା ସମୟରେ ବିରାଟ ଶୋଭାଯାତ୍ରାର ଆୟୋଜନର କରି ସହର ପରିକ୍ରମା କରିବେ ବୋଲି ସୂଚନା ଦେଇଛନ୍ତି |କମିଟୀ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା |


