କୋଟ୍ ଙ୍କୁ ଭୁଲ ତଥ୍ୟ ଦେବା ଅଭିଯୋଗରେ ଡାକ୍ତର ଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ 

ନିମାପଡ଼ା, (ସନ୍ତୋଷ ଦାଶ):ଜମିବାଡ଼ି କୁ କେନ୍ଦ୍ରକରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ଗୁରୁତର ଆହତ ହୋଇ ଥିବା ବ୍ୟକ୍ତିଙ୍କ ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ବେଳେ ଜୈନିକ ଡାକ୍ତର ମାତ୍ର ଗୋଟିଏ ଜାଗାରେ କ୍ଷତ ଚିହ୍ନ ଅଛି ବୋଲି କୋର୍ଟ କୁ ଜଣାଇଥିଲେ। ସେହି ଆହତ ବ୍ୟକ୍ତି ଙ୍କ ଶରୀର ରେ ଏକାଧିକ କ୍ଷତ ରହିଥିଲା। ଏହି ତଥ୍ୟ ଲୁଚାଇ ଭୁଲ ତଥ୍ୟ ଦେବା ଅଭିଯୋଗରେ ମାନ୍ୟବର କୋର୍ଟ ସଂପୃକ୍ତ ଡାକ୍ତର ଙ୍କୁ ଦୋଷୀ ସାବ୍ୟସ୍ତ କରି ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି ।ପ୍ରକାଶ ଯେ ,୨୦୦୧ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଆମପଡା ଗ୍ରାମରେ ସରକାରୀ ଜାଗାକୁ କେନ୍ଦ୍ର କରି ରବୀନ୍ଦ୍ର ଘଡେ଼ଇ ଙ୍କୁ ସେହି ଗ୍ରାମର କେତେଜଣ ବ୍ୟକ୍ତି ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ ।ରବୀନ୍ଦ୍ର ଗୁରୁତର ଆହତ ହୋଇ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ବୋଲି ତାଙ୍କର ପତ୍ନୀ ପ୍ରତିମା ଘଡେ଼ଇ ଗୋପ ଥାନାରେ ଅଭିଯୋଗ କରିବାରୁ ପୋଲିସ କେସ ନମ୍ବର ୫୯/୨୦୦୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।ରବୀନ୍ଦ୍ର ଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ବାଚସ୍ପତି ଦାସ ତାଙ୍କ ଶରୀରରେ ମାତ୍ର ଗୋଟିଏ କ୍ଷତ ଚିହ୍ନ ଅଛି ବୋଲି କୋର୍ଟ କୁ ରିପୋର୍ଟ ଦେଇଥିଲେ ।ମାତ୍ର କୋର୍ଟ ଙ୍କ ସନ୍ଦେହ ହେବାରୁ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ଡାକ୍ତର ଙ୍କ ପାଖରେ ରବୀନ୍ଦ୍ର ଙ୍କ ଚିକିତ୍ସା ହେବା ସହିତ ତାଙ୍କ ଶରୀର ରେ ଏକାଧିକ କ୍ଷତ ଚିହ୍ନ ଅଛି ବୋଲି ଡାକ୍ତର ରିପୋର୍ଟ ଦେଇଥିଲେ ।ତେଣୁ ପ୍ରମାଣ ଲୁଚାଇ କୋର୍ଟ କୁ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗରେ ଡାକ୍ତର ବାଚସ୍ପତି ଦାସ ଙ୍କୁ ଉକ୍ତ ମାମଲାର ଅନ୍ୟତମ ମୁଦଲା ଭାବେ କୋଟ ଗ୍ରହଣ କରିଥିଲେ। ନିମାପଡା ସହକାରୀ ଦୌରାଜଜ ଙ୍କ କୋର୍ଟ ରେ ମାନ୍ୟବର ବିଚାରପତି ନିଳୀମା ପଣ୍ଡା ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତି କରି ଦଫା ୩୦୭,୩୨୩,ଓ ୨୦୧ ରେ ପ୍ରମାଣ ନଷ୍ଟ କରିବା ଓ କୋର୍ଟ କୁ ଭୁଲ୍ ତଥ୍ୟ ଦେବାରେ ଡାକ୍ତର ଶ୍ରୀ ଦାସ ଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ତିନି ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ।ଅତିରିକ୍ତ ପି ପି ବ୍ରହ୍ମାନନ୍ଦ ପ୍ରଧାନ ସରକାରଙ୍କ ପକ୍ଷରୁ ମୋକଦ୍ଧମା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ